Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ ଭେଟିଲେ ବ୍ଲକ କଂଗ୍ରେସ କର୍ମକର୍ତ୍ତା।

କଳାହାଣ୍ଡି,୧୭/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ଶବର ସମେତ ବରିଷ୍ଠ କର୍ମକର୍ତ୍ତା ନିମାଇଁ ଧଙ୍ଗଡା ମାଝୀ,ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ ଶୁକ୍ରବାର କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ, କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଙ୍କୁ ଦଳୀୟ ଔପଚାରିକ ଅନୁସାରେ ସାକ୍ଷାତ କରିବା ସହ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ଅଭିଯୋଗ ଓ ସମସ୍ୟା କୁ ତ୍ୱରିତ ଦୃଷ୍ଟି ଦେଇ ସମସ୍ୟା କୁ ସମାଧାନ ଦିଗରେ ଉଦ୍ୟମ ସହ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି। ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସକାରାତ୍ମକ ଭାବେ କଂଗ୍ରେସ ନେତୃବୃନ୍ଦ ଙ୍କ ସହ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ