Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜାରରେ ଘୁରି ବୁଲୁଛି ନକଲି ନୋଟ୍ : ଓଡ଼ିଶାରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ୱିଛି ଚକ୍ର!

ଭୁବନେଶ୍ୱର, ୧୭|୪ : ଓଡ଼ିଶାରେ ନକଲି ନୋଟ୍ ଚଳାଚଳକୁ ନେଇ ପୁନିଥରେ ଚିନ୍ତା ବଢ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଚଢ଼ାଉ କରି ପ୍ରାୟ ୮.୪୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୁପ୍ତ ଖବର ଆଧାରରେ ପୋଲିସ ରାତିରେ ଚେକିଂ ସମୟରେ ଏକ ଗାଡ଼ିରୁ ବହୁ ପରିମାଣର ନକଲି ୫୦୦ ଟଙ୍କାର ନୋଟ୍ ଜବତ କରିଥିଲା । ଯାଞ୍ଚରେ ଏହି ନୋଟ୍‌ଗୁଡ଼ିକରେ ସମାନ ସିରିଅଲ୍ ନମ୍ବର ଥିବାରୁ ସେଗୁଡ଼ିକ ନକଲି ବୋଲି ସ୍ପଷ୍ଟ ହୋଇଛି ।

ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ କରାଯାଉଛି ଯେ, ଏହି ନକଲି ନୋଟ୍ ଚକ୍ରର ସଂଯୋଗ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପର୍ଯ୍ୟନ୍ତ ଥାଇପାରେ । ତା’ ସହ ଅଧିକ ଲୋକ ଜଡିତ ଥିବା ସନ୍ଦେହ କରାଯାଉଛି ଏବଂ ତଦନ୍ତ ଜାରି ରହିଛି। ବାରମ୍ବାର ଏପରି ନକଲି ନୋଟ୍ ଜବତ ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ