ରିଲିଜ୍ ହେଲା ‘ଭୂତ ବଙ୍ଗଲା’, ହଲ୍ ରେ ଦର୍ଶକଙ୍କ ଭୟଙ୍କର ଭିଡ
ମୁମ୍ୱାଇ , ୧୭|୪ : ବଲିଉଡ୍ର ଚର୍ଚ୍ଚିତ ହରର-କମେଡି ଫିଲ୍ମ ‘ଭୂତ ବଙ୍ଗଲା’ ମୁକ୍ତି ପ୍ରଥମ ଦିନ ହିଁ ଦର୍ଶକମାନଙ୍କ ମଧ୍ୟରେ ଭଲ ଆକର୍ଷଣ ସୃଷ୍ଟି କରିଛି। ହଲ୍ ରେ ଫିଲ୍ମଟି ଜୋରଦାର ପ୍ରଦର୍ଶନ କରୁଥିବା ବେଳେ, ଟିକେଟ୍ ବିକ୍ରିରେ ଦୃତଗତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମୁକ୍ତି ପୂର୍ବରୁ ଦେଶବ୍ୟାପୀ ହଜାର ହଜାର ଟିକେଟ୍ ବିକ୍ରି ହୋଇଥିଲା ଏବଂ ଆରମ୍ଭିକ ଦିନରେ ଏହା କୋଟି ଟଙ୍କାର ବ୍ୟବସାୟ କରିବାର ଆଶା ରହିଛି।
ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟ ଓ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଦୁଇଜଣଙ୍କ ଜୁଗଳବନ୍ଧୀ ପୁନର୍ବାର ଦେଖିବାକୁ ମିଳିଥିବାରୁ ଫ୍ୟାନ୍ମାନେ ବିଶେଷ ଉତ୍ସାହିତ। ଏହାସହିତ, ଶେଷ କିଛି ଦିନ ପୂର୍ବରୁ ଏଡଭାନ୍ସ ବୁକିଂରେ ବୃଦ୍ଧି ଦେଖାଯାଇଥିବାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି ଅନୁମାନ କରାଯାଇଥିଲା, ଯାହାର ଆରମ୍ଭ ଖୁବ ଭଲରେ ହୋଇଛି । ହୁଏତ ବକ୍ସ ଅଫିସରେ ଭଲ ରେକର୍ଡ ସୃଷ୍ଟି କରିବ । ସିନେ ପ୍ରେମୀମାନଙ୍କ ମଧ୍ୟରେ ‘ଭୂତ ବଙ୍ଗଲା’କୁ ନେଇ ବଢ଼ୁଥିବା ଉତ୍ସାହ ଦେଖି ଏହା ୨୦୨୬ର ଆରମ୍ଭିକ ହିଟ୍ ଫିଲ୍ମମାନଙ୍କ ମଧ୍ୟରେ ରହିପାରେ ବୋଲି ଚର୍ଚ୍ଚା ଚାଲିଛି।

