Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPLରେ ତାରକାମାନଙ୍କ ଦୁର୍ଦଶା: ବୁମ୍ରା-ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମରେ ଚିନ୍ତାରେ ଦଳ

ମୁମ୍ୱାଇ , ୧୭|୪ : ଚାଲୁଥିବା ଆଇପିଏଲ୍ ୧୦୨୬ରେ ବଡ଼ ଖେଳାଳି ମାନେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରୁନାହାନ୍ତି। ବିଶେଷ କରି ଯଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ବୁମ୍ରା ଏହି ସିଜନରେ ଏପର୍ଯ୍ୟନ୍ତ ଆଶାଅନୁସାରେ ପ୍ରଭାବ ପକାଇପାରିନାହାନ୍ତି। ପ୍ରଥମ କିଛି ମ୍ୟାଚ୍‌ରେ ସେ ଗୋଟେ ମଧ୍ୟ ୱିକେଟ୍ ନେଇପାରିନଥିବାରୁ ତାଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ, ଭରସାଯୋଗ୍ୟ ବ୍ୟାଟସ୍ମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହି ସିଜନରେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି। ତାଙ୍କ ଲଗାତାର ବିଫଳତା ଦଳର ବ୍ୟାଟିଂକୁ ଦୁର୍ବଳ କରିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଏନେଇ ଚର୍ଚ୍ଚା ବଢ଼ିଛି।

ମୁମ୍ବାଇ ଇଂଡିଆନ୍ସ ପାଇଁ ଏହି ଦୁଇ ତାରକା ଖେଳାଳିଙ୍କ ଫର୍ମ ଖୁବ ଜରୁରୀ ଥିବା ବେଳେ, ସେମାନଙ୍କର ଅସଫଳତା ଦଳର ପ୍ରଦର୍ଶନକୁ ପ୍ରଭାବିତ କରୁଛି। ଦଳ ଏବେ ଜିତିବା ଲକ୍ଷ୍ୟରେ ଫେରିବାକୁ ଚେଷ୍ଟା କରୁଥିବା ବେଳେ, ବୁମ୍ରା ଓ ସୂର୍ଯ୍ୟକୁମାରଙ୍କ ଫର୍ମ ଫେରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ