ଭବାନୀପାଟଣା ପିଏମଶ୍ରୀ କେଭି ଦଶମ ସିବିଏସଇ ପରୀକ୍ଷା ରେ ସଫଳତା।
କଳାହାଣ୍ଡି,୨୦/୦୪
ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପଟଣା ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଅସାଧାରଣ ସଫଳତା ହାସଲ କରି ପୁନର୍ବାର ନିଜର କ୍ରମାଗତ ଶିକ୍ଷାଗତ ଉତ୍କର୍ଷକୁ ପ୍ରମାଣିତ କରିଛି।ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ରେ ଛାତ୍ର ସାନିଧ୍ୟ ରାଜୋରିଆ ୯୯.୨ ଶତକଡା ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛରେ ମୈତ୍ରେୟୀ ସୁଭଦର୍ଶିନୀ (୯୮.୨) ଓ ନୀଲିମା ଅପରାଜିତା ସାହୁ (୯୭.୬) ପ୍ରତିଶତ ମାର୍କ ରଖି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଅନ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆର୍ୟନ ଅନୁରାଗ ମେହେର (୯୭.୨) ଏବଂ ସୃଷ୍ଟି ସ୍ୱରୂପା ଶୁକ୍ଲା (୯୬.୬) ଶତକଡା ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଓ ସଫଳତା ଆଣିଛନ୍ତି।
ଏହି ବର୍ଷ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ୯୦% ପ୍ରତିଶତ ଠାରୁ ଅଧିକ ମାର୍କ ଅର୍ଜନ କରିଥିବାରୁ ବିଦ୍ୟାଳୟର ଉଚ୍ଚ ଶିକ୍ଷାଗତ ପରିବେଶ ଏବଂ ଗୁଣତ୍ମକ ଶିକ୍ଷା ପ୍ରତିବଦ୍ଧତା ପ୍ରକାଶ ପାଇଛି। ଏହି ସଫଳତା ଛାତ୍ରଛାତ୍ରୀମାନଙ୍କର ପରିଶ୍ରମ, ଶିକ୍ଷକମାନଙ୍କର ନିରନ୍ତର ପରିଚାଳନା ଏବଂ ଅଭିଭାବକମାନଙ୍କର ସହଯୋଗର ଫଳ ରୂପାୟନ ହୋଇଛି।ବିଦ୍ୟାଳୟର ପ୍ରାଚାର୍ୟ ଶ୍ରୀ ଭୀମସେନ ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଶିକ୍ଷକମାନଙ୍କ ର ନିଷ୍ଠା ଓ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ବିଦ୍ୟାଳୟ ଆଗାମୀ ଦିନରେ ମଧ୍ୟ ଏହିପରି ଉତ୍କୃଷ୍ଟ ଫଳାଫଳ ସହ ଛାତ୍ରଛାତ୍ରୀଙ୍କ ସଫଳତା ଶିଖର ଛୁଇଁବ ଓ ବିଦ୍ୟାଳୟ ର ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରଚେଷ୍ଟା ପ୍ରୟାସରତ ରହିବ ବୋଲି କହିଛନ୍ତି।

