ରାଜ୍ୟ ଶିକ୍ଷା ନିର୍ଦେଶକ ଙ୍କ କୋକସରା ବ୍ଲକ ଗସ୍ତ,ବିଭିନ୍ନ ବିଦ୍ୟାଳୟ ର ସ୍ଥିତି ଅନୁଧ୍ୟାନ ଓ ପରିଦର୍ଶନ।
କଳାହାଣ୍ଡି,୨୧/୦୪
ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁଇଁୟା ମଙ୍ଗଳବାର କୋକସରା ବ୍ଲକ ଗସ୍ତ ରେ ଆସି ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସହ ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିବା ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଙ୍କ ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କ୍ରମ ରେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଭୁଇଁୟା ଚିଲିଗୁଡା ଠାରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରି ଙ୍କ ସହ ଆଲୋଚନା ପରେ ଅନ୍ତେବାସୀ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷା ଓ ବିଦ୍ୟାଳୟ ର ସ୍ୱଚ୍ଛତା,ପରିବେଶ ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ଏହାପରେ ଓଡିଶା ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡା,ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲଡୁଗାଁ, ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ହଗାଁ, କୋକସରା ୟୁପି ସ୍କୁଲ,କାଉଡୋଳା ୟୁପି ସ୍କୁଲ ସମେତ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶିକ୍ଷା ନିର୍ଦ୍ଦେଶକ ଙ୍କ ଗସ୍ତ ସମୟରେ କୋକସରା ବିଇଓ ମହେଶ କୁମାର ଭାଟି, ବିଆରସିସି ତୋଫାନ ମାଝୀ ଓ ସମ୍ପୃକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

