Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ବାଲିଗୁଡା, ତା, ୨୩/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା l ଗୁରୁବାର ଅପରାହ୍ନ ରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥ ର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା l ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର l ତେବେ ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡି ଟି ଆସୁଥିବା ବେଳେ ହଟାତ ଷ୍ଟେରିଙ୍ଗ ଅଚଳ ହୋଇଯାଇଥିଲା l ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳ ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲ ରେ ଝୁଲି ରହିଥିଲା ହାଇୱା l ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଂଚି ଡ୍ରାଇଭର କୁ ହାଇୱା ରୁ ଉଦ୍ଧାର କରି ବାହାର କୁ ଆଣିଥିଲେ l ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ