Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନ୍ତର ମନ୍ତରରେ ଧାରଣା ଦେବାକୁ ପହିଲମାନଙ୍କୁ ମିଳିବ ନାହିଁ ଅନୁମତି, ସାକ୍ଷୀ ମଲିକ କହିଲେ…

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ପହିଲମାନଙ୍କ ପ୍ରଦର୍ଶନ ଜାରି ରହିଛି। ମାତ୍ର ରବିବାର କୁସ୍ତିଯୋଦ୍ଧାମାନେ ନୂତନ ସଂସଦ ଭବନ ଘେରିବାକୁ ଉଦ୍ୟମ କରିଥିଲେ। ପରେ ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଅଟକ ରଖିଲା। ଏହା ପରେ ପୋଲିସ ସେମାନଙ୍କର ଟେଣ୍ଟ ଏବଂ ସାମଗ୍ରୀକୁ ଟ୍ରକରେ ଭର୍ତ୍ତି କରି ପଠାଇ ଦେଇଛି। ଦିଲ୍ଲୀ ପୋଲିସ ପୂରା ଧାରଣା ସ୍ଥଳକୁ ଖାଲି କରି ଦେଇଛି। ହେଲେ ରେସଲରମାନଙ୍କ କହିବା କଥା ସେମାନେ ପୁଣି ଥରେ ଧାରଣା ଆରମ୍ଭ କରିବେ। ଅନ୍ୟପଟେ ରେସଲରଙ୍କୁ ଏବେ ଜନ୍ତର ମନ୍ତରରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ୍ କହିଛି।

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଭିନେଶ ଫୋଗାଟ୍ ଏବଂ ସଙ୍ଗୀତା ଫୋଗାଟ୍ ହେପାଜତ ସମୟରେ ହସି ହସି ସେଲଫି ନେଉଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଖିୁବ୍ ଭାଇରାଲ୍ ହୋଇଥିଲା। ମାତ୍ର ପରେ ଜଣା ପଡ଼ିଲା ଯେ, ଫଟୋ ଫେକ୍ ଅଟେ। ସଙ୍ଗୀତା ଏବଂ ଭିନେଶ ହସୁନଥିଲେ ବରଂ ଏଆଇର ଉପଯୋଗ କରାଯାଇ ତାଙ୍କ ଫଟୋକୁ ଏଡିଟ୍ କରି ପ୍ରସ୍ତୁତ କରାଯାଇଛି।

ଇତି ମଧ୍ୟରେ ଏହି ପ୍ରସଙ୍ଗରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯିଏ ବି ଏମିତି କାମ କରୁଛି ତାକୁ ତିଳେ ବି ଲଜ୍ଜା ନାହିଁ। ଭଗବାନ ଏମିତି ଲୋକଙ୍କୁ କେମିତି ତିଆରି କରୁଛି ? ହଇରାଣ ଏବଂ ଦୁଃଖରେ ଥିବା ଝିଅଙ୍କ ଚେହେରାରେ ହସ ଫୁଟୁଛି ? ଏହା କେଉଁ ଭଳି ତର୍କ। ମୋତେ ଲାଗୁନି ଯିଏ ଫଟେ ଏଡିଟ୍ କରିଛି ତାର ହୃଦୟ ଥିବ ବୋଲି। ଆମକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି।