ଧର୍ମଗଡ଼ ବ୍ଲକ ବିଜେଡି ମହିଲା ସଭାନେତ୍ରୀ ମମତା ରାଣୀ ଗୋପାଳ।
କଳାହାଣ୍ଡି,୨୫/୦୪
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ରାଜ୍ୟର ମହିଳା ବିଜୁ ଜନତାଦଳ ମହିଳା ଶାଖାର କର୍ମକର୍ତ୍ତା ନିଯୁକ୍ତି ଘୋଷଣା କରାଯାଇଛି । ଏହି ତାଲିକା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଭାବେ ଟେଣ୍ଡାପାଲି ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ତଥା ଓବିସି ନେତ୍ରୀ ମମତାରାଣୀ ଗୋପାଳ ନିଯୁକ୍ତି ହୋଇଛନ୍ତି । ଧର୍ମଗଡ଼ ର ଉଦୀୟମାନ ଯୁବ ମହିଳା ନେତୃତ୍ବ କରୁଥିବା ନେତ୍ରି ,ବିଜୁ ଜନତାଦଳ ର ଜଣେ ସମର୍ପିତ ଯୁବ ନେତ୍ରୀ ଚେହେରା ହୋଇଥିବା ବେଳେ ଜଣେ ସମାଜସେବୀ ଭାବେ ମଧ୍ୟ ଜିଲ୍ଲା ରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିପାରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କୁ ଦଲ ପକ୍ଷରୁ ଦିଆଯାଇଥିବା ଦାୟୀତ୍ବ ସେ ସୁଚାରୁ ରୁପେ ସମ୍ପାଦନ କରିଛନ୍ତି ବର୍ତ୍ତମାନ ତାଙ୍କୁ ଧର୍ମଗଡ଼ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ପ୍ରଦୀପ ଦିସାରି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପୂର୍ବତନ ବିଧାୟକ ମୌଷଧି ବାଗ ,ଧର୍ମଗଡ଼ ବ୍ଲକ ସଭାପତି ଡାକେଶ୍ୱର ଲହଜଳ, ରାଜ୍ୟ ବିଜେଡି ମହିଳା ସଂଘ ସାଧାରଣ ସଂପାଦିକା ହୀରା ବାଗ ଙ୍କ ସମେତ ଦଳୀୟ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

