ଧର୍ମ ପରାୟଣ ଙ୍କ ପରଲୋକ, ଅଞ୍ଚଳ ରେ ଶୋକ ପ୍ରସ୍ତାବ ପ୍ରକାଶ।
କଳାହାଣ୍ଡି,୨୯/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ର ସମାଜସେବି ବୟୋଜ୍ୟେଷ୍ଠ ବାଲ କିଶନ ଅଗ୍ରୱାଲ (୯୧)ଙ୍କ ବୁଧବାର ଦିନ ଦେହାନ୍ତ ହୋଇଯାଇଛି। ସେ ଜଣେ ମେଳାପୀ,ପରୋପକାରୀ, ସମାଜସେବି ଭାବେ କୋକସରା ବ୍ଲକ ଅଞ୍ଚଳ ରେ ପରିଚିତ ଥିଲେ। ମୃତ୍ୟୁ ସମୟରେ ତାଙ୍କ ବଡ଼ ପୁଅ ସୁଶୀଲ ଅଗ୍ରୱାଲ,ସାନ ପୁଅ ରାଜେଶ ଅଗ୍ରୱାଲ ସମେତ ବୋହୁ,ନାତି ନାତୁଣୀ ଉପସ୍ଥିତ ଥିଲେ।ଗୁରୁବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ଆତ୍ମୀୟ ସ୍ୱଜନ ସମେତ ଗ୍ରାମବାସୀ ମାନେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସାତ ଯୋଡ଼ିଆ ଗର୍ଗ ପରିବାର ପକ୍ଷରୁ ମୃତକ ଙ୍କ ଭାଇ ସତ୍ୟ ନାରାୟଣ ଗୁପ୍ତା ,ତାଙ୍କ ପୁଅ ସୁଶୀଲ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ ରାଜେଶ ଅଗ୍ରୱାଲ , ଝିଅ, ଜ୍ବାଇଁ, ନାତି ନାତୁଣୀ ପ୍ରମୁଖ ଶୋକ ବାର୍ତ୍ତା ପ୍ରକାଶ କରିଛନ୍ତି।

