କୃଷି ସମବାୟ ସମିତି ନିର୍ବାହୀ ଅଧିକାରୀ ଙ୍କ ଅଵସର ଗ୍ରହଣ, ବିଦାୟ ସମ୍ବର୍ଦ୍ଧନା ଦେଲେ ସମବାୟ କର୍ମଚାରୀ ଓ ସହକର୍ମୀ।।
କଳାହାଣ୍ଡି,୩୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ, କୋକସରା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି। କୋକସରା କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିସିସିବି ବ୍ୟାଙ୍କ ର ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ସମେତ ସମିତିର ସମସ୍ତ ଡ଼ାଇରେକ୍ଟର ଓ କୋକସରା ୭ ଗୋଟି ସମିତିର କର୍ମକର୍ତ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ବାଗ ଙ୍କୁ ଉପଢୌକନ ସହ ଉତ୍ତରୀୟ ଦେଇ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଶ୍ରୀ ବାଗ ୩୮ ବର୍ଷ କୃଷି ସମବାୟ ସମିତିର କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟକାଳ ମଧ୍ୟରେ ସମିତି ର ଉନ୍ନତି ସହ ଚାଷି ଙ୍କ ସହ ସମନ୍ୱୟ ରଖି ଚାଷି ଙ୍କ ହିତ କୁ ଦୃଷ୍ଟିରେ ରଖି ନିଷ୍ଠାପର କର୍ମଚାରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ କଳାହାଣ୍ଡି ଜିଲ୍ଲା ସଙ୍ଗଠନ ର ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହି କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିଥିଲେ ଓ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ, ଆମପାଣି ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ବେହେରା ପେକ୍ସ ସମ୍ପାଦକ ହେମନ୍ତ କୁମାର ନାଏକ, ଭାରପ୍ରାପ୍ତ ସମ୍ପାଦକ କୋକସରା ଧନଞ୍ଜୟ ବେହେରା, କର୍ମଚାରୀ ଭାବଗ୍ରାହୀ ପ୍ରଧାନୀ,କପିଳ ମାଝୀ, କୁଳମଣି ଖମାରି,ଧୀରେନ୍ଦ୍ର ରାଉତ, ଭାରତ ଭୂଷଣ ପ୍ରଧାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

