ବଦଳିଲା ଅଟ୍ଟାରି ରିଟ୍ରିଟ୍ ସମୟ; ଏବେ ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ହେବ ଆୟୋଜନ
ନୂଆଦିଲ୍ଲୀ, ୧ | ୫ : ବଦଳିଲା ଅଟ୍ଟାରୀ ସୀମାର ରିଟ୍ରିଟ୍ ସମାରୋହ ସମୟ । ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପୂର୍ବରୁ ଏହା ସନ୍ଧ୍ୟା ୫ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଥିଲା । ଆଜିଠାରୁ ଲାଗୁ ହେବ ଏହି ନିର୍ଦ୍ଧାରିତ ସମୟ | ସୂଚନାଯୋଗ୍ୟ, ଅମୃତସରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଭାରତ ଏବଂ ପାକିସ୍ତାନ ସୀମାନ୍ତ ଅଟ୍ଟାରୀରେ ପ୍ରତିଦିନ ରିଟ୍ରିଟ୍ ସମାରୋହର ଆୟୋଜନ ହୋଇଥାଏ । ଦିବାଲୋକ ଓ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ସମୟ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସମାରୋହରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି । ତେଣୁ ନୂଆ ସମୟ ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

