Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଭୂତ ରେ ବିଲୀନ ହେଲେ ଧର୍ମ ପରାୟଣ ବାଳ କିଶନ ଅଗ୍ରୱାଲ, ଶବଧାର ରେ ଶତାଧିକ ଲୋକଙ୍କ ଶ୍ରଦ୍ଧାଞ୍ଜଳି।

କଳାହାଣ୍ଡି,୦୧/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ର ଜଣେ ବୟୋଜ୍ୟେଷ୍ଠ ଧାର୍ମିକ, ପରୋପକାରୀ,ମେଳାପୀ ବାଳ କିଶନ ଅଗ୍ରୱାଲ ଙ୍କ ୯୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ଗମନ ଘଟିଛି । ବୁଧବାର ଦିନ ତାଙ୍କ ଇହଧାମ ତ୍ୟାଗ କରିଥିବା ବେଳେ ଗୁରୁବାର ସକାଳୁ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସ୍ବର୍ଗତ ବାଳ କିଶନ ଅଗ୍ରୱାଲ ଙ୍କ ତିନିପୁଅ ସୁଶୀଲ,ଆନନ୍ଦ ଓ ରାଜେଶ ଅଗ୍ରୱାଲ ସମେତ ତାଙ୍କ ଝିଅ ଜ୍ବାଇଁ,ନାତି,ନାତୁଣୀ,ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ,ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ତାଙ୍କ ବଙ୍ଗୋମୁଣ୍ଡା ଛକ ସ୍ଥିତ ବାସଭବନରେ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ପାର୍ଥବ ଶରୀର କୁ କୋକସରା ସ୍ଥିତ ଗ୍ରାମ୍ୟ ମଶାଣି ରେ ଶେଷ କୃତ୍ୟ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଦିବଙ୍ଗତ ଙ୍କ ଶବଧାର ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ଶୋକ ସନ୍ତାପ ପରିବାର କୁ ସମବେଦନା ଜଣାଇଥିଲେ। ବଡ଼ପୁଅ ସୁଶିଳ ଅଗ୍ରୱାଲ ଓ ସାନ ପୁଅ ରାଜେଶ ଅଗ୍ରୱାଲ ବାପା ଙ୍କୁ ମୁଖାଜି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories