ଗୋ-ହତ୍ୟା ଅଭିଯୋଗରେ ୪ ଯୁବକ ଜୟପାଟଣା ପୋଲିସ ରେ ଅଟକ,ଗୋ ମାଂସ ଜବତ।
କଳାହାଣ୍ଡି,୦୧/୦୪
କିଛି ଦିନ ପରେ ପୁଣି ଗୋ ମାଂସ ଚାଲାଣ ଘଟଣା ସାମ୍ନା କୁ ଆସିଛି। କିଛିଦିନ ପୂର୍ବେ କେସିଙ୍ଗା ଅଞ୍ଚଳରେ ଗୋ ମାଂସ ଚାଲାଣ ନଜର ଆସିଥିବା ବେଳେ ବର୍ତ୍ତମାନ ଜୟପାଟଣା ବ୍ଲକ ତାଲଗୁଡ଼ୁ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋ-ହତ୍ୟା ଅଭିଯୋଗରେ ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ତାଲଗୁଡ଼ୁ ଗ୍ରାମର କିଛି ଯୁବକ ଗୋ-ହତ୍ୟା କରୁଥିବା ସମୟରେ ସ୍ଥାନୀୟ ଲୋକେ ଏହା ଦେଖିବାକୁ ପାଇଥିଲେ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ବାସିନ୍ଦା ତୁରନ୍ତ ଜୟପାଟଣା ପୋଲିସକୁ ଖବର ଦେଇଥିଲେ।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜୟପାଟଣା ଓ ମୁଖିଗୁଡ଼ା ପୋଲିସର ଏକ ମିଳିତ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଏହି ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ଅଧିକ ପଚରାଉଚରା ପାଇଁ ଥାନାରେ ଅଟକ ରଖିଛି। ବର୍ତ୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ଏବଂ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

