Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ଟ୍ରମ୍ପଙ୍କ ଟାରିଫ ଝଟକା ; ୟୁରୋପୀୟ ସଂଘ ଦେଶରୁ ଆସୁଥିବା କାର-ଟ୍ରକ ଉପରେ ଲାଗୁ ହେବ ୨୫ ପ୍ରତିଶତ ଟିକସ

ନୂଆଦିଲ୍ଲୀ, ୨ |୫: ୟୁରୋପୀୟ ସଂଘ ଉପରେ ଟ୍ରମ୍ପଙ୍କ ଟାରିଫ ଧମକ। ସୂଚନା ଅନୁସାରେ, ଟ୍ରମ୍ପ ସରକାର ୟୁରୋପୀୟ ସଂଘରେ ଥିବା ଦେଶରୁ ଆସୁଥିବା କାର ଓ ଟ୍ରକ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଆମେରିକା ପ୍ଲାଣ୍ଟରେ ତିଆରି ହେଉଥିବା ଗାଡି ଗୁଡିକ ଉପରେ ଏହି ଟାରିଫ ନିୟମ ଲାଗୁ ହେବ ନାହିଁ | ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଟ୍ରମ୍ପ ।

ସେ ପୋଷ୍ଟରେ ଲେଖିଛନ୍ତିଯେ, ଆସନ୍ତା ସପ୍ତାହରୁ ୟୁରୋପୀୟ ସଂଘର ଦେଶ ଗୁଡିକରୁ ଆସୁଥିବା କାର ଓ ଟ୍ରକ ଉପରେ ଟାରିଫ ୨୫ ପ୍ରତିଶତକୁ ବୃଦ୍ଧି କରାଯିବ। ସେ ୟୁରୋପୀୟ ସଂଘ ଉପରେ ବାଣିଜ୍ୟ ଚୁକ୍ତିନାମା ପାଳନ କରୁନଥିବା ଅଭିଯୋଗ କରିଛନ୍ତି। ସେପଟେ , ରୟଟର୍ସର ସୂଚନା ଅନୁଯାୟୀ, ଇରାନ ସହ ସୁସମ୍ପର୍କ ରଖିବା ଓ ହିଜିବୁଲ୍ଲା ଭଳି ଆତଙ୍କୀ ସଙ୍ଗଠନକୁ ସୁରକ୍ଷା ଦେଉଥିବା ଆଧାରରେ କ୍ୟୁବା ଉପରେ ନୂଆ କଟକଣା ଲଗାଇବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ