ବ୍ଲକ କର୍ମଚାରି ଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ ।
କଳାହାଣ୍ଡି,୦୨/୦୪
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଏଚଆର,ରୁରାଲ ହାଉସିଂ ବିଭଗ ରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନ ସାହୁ(୪୨) ଙ୍କ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ସେ ଗତ ଗୁରୁବାର ଦିନ ଜୟପାଟଣା ବ୍ଲକ କାର୍ଯ୍ୟାଳୟ କୁ ଡିଉଟି ଯାଇ ପ୍ରାୟ ସାଢେ ଗୋଟାଏ ପରେ ନିଜ ଗାଁ କୋକସରା ବ୍ଲକ ଚିକିଲି କୁ ଫେରିଥିଲେ। ଘର କୁ ପହଞ୍ଚି ଅସୁସ୍ଥ ଲାଗିବାରୁ ବିଶ୍ରାମ ନେଇଥିଲେ। କିନ୍ତୁ ଶୁକ୍ରବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଚିକିତ୍ସାଲୟ କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ନିଜ ଗାଁ ଚିକିଲି କୁ ନେଇ ଆସିଥିଲେ, ପୁଣି ସନ୍ଧ୍ୟା ରେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ କୋକସରା ମେଡ଼ିକାଲ ଓ ପରେ ଜୁନାଗଡ ଏକ ଘରୋଇ ନର୍ସିଙ୍ଗ ହୋମ ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇ ଯାଇଛି।ତାଙ୍କର ପରିବାର ରେ ସ୍ତ୍ରୀ ସମେତ ୪ ବର୍ଷ ର ଝିଅ ଓ ୮ ମାସର ଶିଶୁପୁଅ ରହିଛନ୍ତି। ବ୍ଲକ କର୍ମଚାରୀ ଙ୍କ ମୃତ୍ୟୁ ଖବର ପରେ ଜୟପାଟଣା ବ୍ଲକ ର ଅଧିକାରୀ ସହକର୍ମି ସହ ବନ୍ଧୁ ପରିଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେବାସହ ଶବଧାର ରେ ସାମିଲ ହୋଇଛନ୍ତି।ଯୁବ କର୍ମଚାରୀ ଚନ୍ଦନ ଜଣେ ମେଳାପୀ, କର୍ମଠ,ପରୋପକାରୀ ଯୁବକ ଥିଲେ, ତାଙ୍କ ଅକାଳ ବିୟୋଗ କୁ ନେଇ କୋକସରା ଅଞ୍ଚଳ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

