ତାମିଲନାଡୁରେ ବିଜୟ ଥାଲାପତିଙ୍କ ହାରିବା ଗୁଜବ ଶୁଣିବା ପରେ ଫ୍ୟାନ୍ସଙ୍କ ଗଳା କାଟି ଆତ୍ମହତ୍ୟା ଉଦ୍ୟମ!
ନୂଆଦିଲ୍ଲୀ, ୪ | ୫ : ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଚାଲିଛି । ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଚକିତ କରିଦେଲା ଭଳି ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ଥାଲାପତି ବିଜୟ ନିର୍ବାଚନରେ ହାରିଯାଇଥିବା ହୋଇଥିବା ଗୁଜବ ଶୁଣି ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଚାଟି । ଯୁବକ ଜଣକ ହେଉଛନ୍ତି କେ. ମହେନ୍ଦ୍ରନ୍ । ସେ ବିଜୟଙ୍କ ଜଣେ ଦୃଢ଼ ସମର୍ଥକ। ନିର୍ବାଚନ ଫଳ ବାହାରିବା ପୂର୍ବରୁ ଏହି ଘଟଣା ଘଟିଛି। ସୂଚନା ମୁତାବକ ବିଜୟ ହାରିଯାଉଥିବାର ଗୁଜବ ଶୁଣି ମହେନ୍ଦ୍ରନ୍ ବ୍ୟତିବ୍ୟସ୍ତ ହୋଇ ନିଜ ଘର ପାଖରେ ଗଳା କାଟି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ମହେନ୍ଦ୍ରନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୃଷ୍ଣଗିରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି |

