ନିର୍ବାଚନ ଫଳ ପୂର୍ବରୁ ମମତାଙ୍କ ଭିଡିଓ ବାର୍ତ୍ତା! ବିଜେପିକୁ ଟାର୍ଗେଟ କରି ମମତା କହିଲେ ଏଭଳି କିଛି …
ପଶ୍ଚିମବଙ୍ଗ, ୪ | ୫: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି | ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସିକୁ ବହୁ ଭୋଟରେ ପଛରେ ପକାଇ ବିଜେପି ଆଗରେ ରହିଛି | ଅନ୍ୟପଟେ ଦୀର୍ଘ ବର୍ଷ ପରେ ମମତାଙ୍କ ରାଜନୈତିକ ଦୁର୍ଗ ଧୀରେ ଧୀରେ ଭୁଶୁଡିବାରେ ଲାଗିଛି | ପଶ୍ଚିମବଙ୍ଗରେ ଏବେ ମୋଦିଙ୍କ ଜଲୱା ଦେଖିବାକୁ ମିଳିବ | କିନ୍ତୁ ଏ ନିର୍ବାଚନ ପ୍ରତିଦ୍ବନ୍ଦିତା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର କର୍ମକର୍ତ୍ତା ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ଭିଡିଓରେ ମମତା ନିଜର ମମତା ବାନାର୍ଜୀ ନିଜ ଏଜେଣ୍ଟମାନଙ୍କୁ ନିବେଦନ କରି କହିଛନ୍ତି ଯେ କୌଣସି ପରିସ୍ଥିତିରେ “ବୁଥ୍ ଛାଡ଼ନ୍ତୁ ନାହିଁ” କିମ୍ବା ଗଣତି କେନ୍ଦ୍ର ଛାଡ଼ି ବାହାରକୁ ଆସନ୍ତୁ ନାହିଁ। ସେ କହିଛନ୍ତି, “ଏବେ କେବଳ ୨ ରୁ ୪ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ହୋଇଛି କିନ୍ତୁ ଏବେ ବି ୧୪ ରୁ ୧୮ ରାଉଣ୍ଡ ବାକି ଅଛି।” ଟ୍ରେଣ୍ଡରେ ଆମେ ପଛୁଆ ରହିଛୁ କିନ୍ତୁ ସୂର୍ଯ୍ୟାସ୍ତ ପରେ ଆମେ ହିଁ ଜିତିବୁ | ନିଜର ଦଳର ସଦସ୍ୟ ମାନଙ୍କ ମନୋବଳ ବଢ଼ାଇବାକୁ ଯାଇ ସେ ଏଭଳି କହିଛନ୍ତି | ସେ ଆହୁରି କହିଛନ୍ତିଯେ, ‘ବିଜେପି ଜାଣିଶୁଣି ଭୁଲ୍ ତଥ୍ୟ ପ୍ରସାର କରୁଛି।’
ମମତା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନ ଜାଣିଶୁଣି ଗଣତି ପ୍ରକ୍ରିୟାକୁ ଧିମା କରିଦେଇଛନ୍ତି, ଯାହାଫଳରେ ତୃଣମୂଳ କଂଗ୍ରେସର ଆସନ ସଂଖ୍ୟା ସମ୍ପର୍କିତ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରୁ ନାହିଁ। ସୂଚନାଯୋଗ୍ୟ, ଭବାନୀପୁର ଆସନରେ ମମତା ବାନାର୍ଜୀ ପ୍ରଥମେ ପଛୁଆ ଥିଲେ କିନ୍ତୁ ୫ମ ରାଉଣ୍ଡ ଗଣତି ପରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପ୍ରାୟ ୧୬,୭୦୬ ଭୋଟରେ ଆଗୁଆ ରହିଛନ୍ତି। ତେବେ ମମତା ବାନାର୍ଜୀଙ୍କ ଏହି ବୟାନ ଦଳୀୟ କର୍ମକର୍ତ୍ତାଙ୍କୁ କେତେ ମାତ୍ରାରେ ଉତ୍ସାହିତ କରିବ, ତାହା ଆଗକୁ ଜଣାପଡିବ | ତେବେ ବିଜେପି ଗଣତି ପ୍ରକ୍ରିୟାରେ ଆଗରେ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଜେପି ସପକ୍ଷରେ ବିଧାନସଭା ନିର୍ବାଚନ ଆସିପାରେ ବୋଲି ଆକଳନ କରାଯାଉଛି |

