Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ’ ୯ରେ ପଶ୍ଚିମବଙ୍ଗରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ!

କୋଲକାତା, ୫|୫: ପଶ୍ଚିମବଙ୍ଗରେ ଏବେ ପଦ୍ମର ଝଲକ ଦେଖିବାକୁ ମିଳିବ | ମମତାଙ୍କ ଦୁର୍ଗକୁ ଭାଙ୍ଗି ଏବେ ପ୍ରଥମ ଥର ଶାସନ କ୍ଷମତାକୁ ହାତେଇଛି ବିଜେପି | ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । କିନ୍ତୁ ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବା ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା | ଆସନ୍ତା ମେ ୯ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖ ନୋବେଲ ବିଜେତା ତଥା ବିଶ୍ୱଗୁରୁ ରବିନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ବାର୍ଷିକି । ଆଉ ଏହି ଅବସରରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଘୋଷଣା ହୋଇଛି । ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ତାରିଖ ଏ ବାବଦରେ ସ୍ପଷ୍ଟ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅନେକ ଜଣଙ୍କ ନାମ ତାଲିକାରେ ରହିଛି | କିନ୍ତୁ ପ୍ରଥମ ଦାବିଦାର ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ରେସର ଆଗରେ ରହିଛନ୍ତି | ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇ ସେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି | ଦ୍ଵିତୀୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦଳ ଭିତରେ ତାଙ୍କର ପ୍ରଭାବ ବେଶ୍ ଅଧିକ। ତେଣୁ ଦଳ ତାଙ୍କୁ ମଧ୍ୟ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇପାରେ ବୋଲି ଆଲୋଚନା ହେଉଛି | ସେହିପରି ରେସରେ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ଏବଂ ନାରୀ ଶକ୍ତି ଭାବେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲି
ନାମ ମଧ୍ୟ ଚର୍ଚ୍ଚାରେ ଅଛି। କାରଣ ରୂପା ଗାଙ୍ଗୁଲି ମହିଳା ମୋର୍ଚ୍ଚାର ସଭାପତି ଭାବେ ତୃଣମୂଳ ସ୍ତରରେ କାମ କରିଥିବା ବେଳେ ଅଗ୍ନିମିତ୍ରା ଜଣେ ସ୍ପଷ୍ଟବାଦୀ ନେତ୍ରୀ ଭାବେ ଜଣାଶୁଣା। ତେବେ ଏହାମଧ୍ୟରେ କିଏ ଆସନ୍ତା ୯ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବା ତାହା ଆଗାମୀ ସମୟରେ ଜଣାପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ