Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପୂର୍ବ ସଫଳତା ପରେ ଇନଷ୍ଟାଗ୍ରାମରେ ଅନଫଲୋ ସୁପରଷ୍ଟାର ବିଜୟ ଥାଲାପତି ଙ୍କ ପୁଅ! ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଜଗତରୁ ରାଜନୀତିରେ ପାଦ ଥାପିଥିବା ସୁପରଷ୍ଟାର ଅଭିନେତା ଥାଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ – ଟିଭିକେ ୧୦୮ ଆସନରେ ବିଜୟ ହାସଲ କରିଥିଲା। ବିଜୟ ମଧ୍ୟ ନିଜେ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି।

ତାମିଲନାଡୁର ପୂର୍ବ ଅଞ୍ଚଳ ପେରାମ୍ବୁର ଏବଂ ତିରୁଚିରାପାଲିରେ ଯଦିଓ ଟିଭିକେ ସେତେ ଭଲ ପ୍ରଦର୍ଶନ କରି ପରି ନଥିଲା ତଥାପି ସ୍ପଷ୍ଟ ଅନୁମାନ ହେଉଛି ଯେ, ସେମାନେ କଂଗ୍ରେସ ସମେତ ଅନେକ ଆଞ୍ଚଳିକ ଦଳରୁ ସମର୍ଥନ ପାଇବେ। ତେବେ ନିର୍ଵାଚନ ଫଳାଫଳର ଖୁସିର ମଧ୍ୟରେ ବିଜୟ ଏବଂ ତାଙ୍କ ପୁଅକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛିଯେ, ବିଜୟଙ୍କ ପୁଅ ଜାସନ ସଞ୍ଜୟ ବିଜୟଙ୍କୁ ସୋସିଆଲ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି। ଇନଷ୍ଟାଗ୍ରାମରେ , ସଞ୍ଜୟ ଫଲୋ କରୁଥିବା ତାଲିକାରେ ବିଜୟଙ୍କ ନାମ ନାହିଁ | ତେବେ ଏଥିରେ ସ୍ପଷ୍ଟ ସୂଚନା ନାହିଁଯେ , ସଞ୍ଜୟ ପୂର୍ବରୁ ତାଙ୍କ ବାପା ବିଜୟଙ୍କୁ ଫଲୋ କରିଥିଲେ କି ନାହିଁ? କି ତାଙ୍କ ମାଆ ସଙ୍ଗୀତା ସୋର୍ନାଲିଙ୍ଗମ ଏବଂ ବିଜୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ପ୍ରକ୍ରିୟା ପରେ ସେ ତାଙ୍କୁ ଅନଫଲୋ କରିଥିଲେ। ବିଜୟ ଇନଷ୍ଟାଗ୍ରାମରେ କାହାକୁ ଫଲୋ କରନ୍ତି ନାହିଁ।

ସୂଚନା ଅନୁସାରେ, ସଙ୍ଗୀତା ୨୦୨୫ ମସିହାରେ ବିଜୟଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଦୁହେଁ ପରସ୍ପର ଠାରୁ ବର୍ତ୍ତମାନ ଅଲଗା ରହୁଛନ୍ତି। ସେମାନଙ୍କ ଛାଡପତ୍ର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଚୂଡ଼ାନ୍ତ ହୋଇନାହିଁ, ଏବଂ ମାମଲା କୋର୍ଟରେ ବିଚାରଧୀନ ରହିଛି |

ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିବା ପରେ ଆଜି ବିଜୟ ତାମିଲନାଡୁ ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସରକାର ଗଠନ ପାଇଁ ଟିଭିକେ ବିଜୟଙ୍କୁ ୧୦ ଜଣ ଅତିରିକ୍ତ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। କଂଗ୍ରେସରୁ ସମର୍ଥନ ପାଇବା ପରେ, ବିଜୟ ଏବେ ଅନ୍ୟ ଦଳଗୁଡ଼ିକ – ଯେପରିକି ପିଏମକେ, ବାମ ଦଳ, ସିପିଆଇ(ଏମ) ଏବଂ ଭିସିକେ – ସହିତ ଏକ ମେଣ୍ଟ ଗଠନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ପ୍ରଥମ ବିକଳ୍ପ ଭାବରେ ରାଜ୍ୟପାଳ ଟିଭିକେ ମୁଖ୍ୟ ବିଜୟଙ୍କୁ ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିପାରନ୍ତି । ନଚେତ ଦ୍ୱିତୀୟ ବିକଳ୍ପ ଭାବରେ ସେ ବିଜୟଙ୍କୁ ସହଯୋଗୀ ଦଳଗୁଡ଼ିକରୁ ସମର୍ଥନ ପତ୍ର ସଂଗ୍ରହ କରି ତାଙ୍କ ନିକଟରେ ଦାଖଲ କରିବାକୁ କହିପାରନ୍ତି। ତେବେ ବିଜୟଙ୍କୁ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ଦୁଇ ସପ୍ତାହ ସମୟ ସୀମା ଦିଆଯିବ ବୋଲି ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ