ବିଜେପି ନାଁ ରେ ମମତାଙ୍କ ସଙ୍ଗୀନ ଅଭିଯୋଗ! ଭୋଟରେ ଅନିୟମିତତା; ସୁପ୍ରିମକୋର୍ଟ ଯିବେ ମମତା
ପଶ୍ଚିମବଙ୍ଗ, ୭ | ୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅନିୟମିତତା ହେଇଥିବା ନେଇ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପିକୁ ଟାର୍ଗେଟ କରିଆସୁଛି। ଭୋଟରେ ହେରଫେର ହୋଇଥିବା, ଜାଣିଶୁଣି ଭୋଟିଂ କାଉଣ୍ଟିଙ୍ଗକୁ ଦୀର୍ଘ ସମୟ ପାଇଁ ବନ୍ଦ ରଖିଥିବା ଭଳି ଅଭିଯୋଗ କରି ଜାତୀୟ ନିର୍ବାଚନ କମିଶନ ଏବଂ ବିଜେପିକୁ କଡା ସମାଲୋଚନା କରିଛନ୍ତି ମମତା ବାନାର୍ଜୀ | ଏହି ଅଭିଯୋଗକୁ ଆଧାର କରି ଆଗାମୀ ଦିନରେ ଟିଏମସି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ତେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପି ଓ ଭାରତର ନିର୍ବାଚନ ଆୟୋଗ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ତେଣୁ ଆଗାମୀ ସମୟରେ ଏହା ବିରୋଧରେ ସେ ଅଦାଲତରେ ଲଢେଇ କରିବେ। ଏପରି କି ଆଗାମୀ ଦିନରେ ସେ ନିଜର ପୂର୍ବ ଆଇନ ପେସାକୁ ଫେରିବା ପୂର୍ବକ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି। ବିଜେପି ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗ କରି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି |

