ଅନିଶ୍ଚିତତାରେ ବିଜୟ ଥାଲାପାଥିଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ!
ତାମିଲନାଡୁ, ୭ | ୫ : ତାମିଲନାଡୁରେ ଏବଂ ବିଜୟ ଥାଲାପାଥିଙ୍କ ନୂଆ ସରକାର ଗଠନ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗୁରୁବାର ବିଜୟଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେବାକୁ ଥିବାବେଳେ ଏବେ ବିଜୟଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକୁ ନେଇ ଦ୍ଵନ୍ଦ ରହିଛି । ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ବୃହତ୍ ଦଳ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛି। ମାତ୍ର ଟିଭିକେ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ନଥିବାରୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ କରିବାର ଅନୁମତି ଦେଇ ନାହାନ୍ତି। ତେବେ ଟିଭିକେ ୧୦୮ଟି ଆସନରେ ବିଜୟୀ ହୋଇଥିବାବେଳେ ଦଳ ପାଖରେ ମୋଟ ୧୦୭ ବିଧାୟକ ଅଛନ୍ତି। ବିଜୟ ନିଜେ ଦୁଇଟି ଆସନ ପେରାମ୍ବୁର ଓ ତିରୁଚି ଇଷ୍ଟରୁ ବିଜୟୀ ହୋଇଛନ୍ତି। ତେଣୁ ତାଙ୍କର ସ୍ବାକ୍ଷରକୁ ଜଣେ ବିଧାୟକଙ୍କ ସ୍ବାକ୍ଷର ବିବେଚନା କରାଯାଇଛି। ଏହାଦ୍ବାରା ଟିଭିକେ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବାବେଳେ କଂଗ୍ରେସର ୫ ବିଧାୟକ ସମର୍ଥନ ଦେଇଛନ୍ତି। ବିଜୟଙ୍କ ନେତୃତ୍ବରେ ଟିଭିକେ ୧୧୨ ବିଧାୟକଙ୍କ ସମର୍ଥନ ପତ୍ର ସହିତ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଦାବି ଜଣାଇଥିଲେ। କିନ୍ତୁ ନିୟମ ଅନୁସାରେ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ବିଧାୟକ ଅର୍ଥାତ୍ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏନେଇ ବିଜୟଙ୍କୁ ରାଜ୍ୟପାଳ ଆର୍ଲେକର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ବିଧାୟକ ଅର୍ଥାତ୍ ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ଦେବାକୁ କହିଛନ୍ତି | ଏଣେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ବିଜୟ ଅବଶିଷ୍ଟ ୬ ବିଧାୟକ ଯୋଗାଡ କରିବାରେ ଲାଗିଛନ୍ତି। ତେଣୁ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏକ ପ୍ରକାର ଦ୍ବନ୍ଦରେ ରହିଛି ।
ତେବେ ଟିଭିକେକୁ ସରକାର ଗଠନ ପାଇଁ ଅନ୍ୟ କୌଣସି ଦଳ ସମର୍ଥନ ଘୋଷଣା ଏପର୍ଯ୍ୟନ୍ତ କରି ନାହାନ୍ତି। କିନ୍ତୁ କଂଗ୍ରେସ ସମର୍ଥନ କରିପାରେ ବୋଲି ଅନୁମାନ କରାଯାଉଛି | ଅନ୍ୟପଟେ ଡିଏମ୍କେ ଏକାକୀ ୫୯ଟି ଆସନରେ ବିଜୟ ଲାଭ କରିଛି ଆଉ ଡିଏମ୍କେ ସହ କଂଗ୍ରେସର ଦୀର୍ଘ ୨୨ ବର୍ଷରପୁରୁଣା ସମ୍ପର୍କ ରହିଛି | ଗୁରୁତ୍ୱପୂର୍ଣ୍ଣ କଟା ହେଉଛିକି ଯେ, କଣ କଂଗ୍ରେସ ଡିଏମ୍କେ ସହ ପୁରୁଣା ସମ୍ପର୍କକୁ ଛିନ୍ନ କରି ବିଜୟଙ୍କ ସାଥିରେ ହାତ ମିଶାଇବ ଆଉ ଯଦି କଂଗ୍ରେସ ଏହାକୁ ସମର୍ଥନ କରେ ତାହାଲେ ବିଜୟଙ୍କ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଆସନ ଏକ ପ୍ରକାର ସୁନିଶ୍ଚିତ | ସୂଚନା ଅନୁସାରେ, କଂଗ୍ରେସ ୫ଟି ଆସନରେ ବିଜୟ ଲାଭ କରିଛି | ସେହିପରି ଭିସିକେ, ସିପିଆଇ(ଏମ୍) ଓ ଆଇୟୁଏମଏଲ୍ ୨ଟି ଲେଖାଏଁ ଓ ଡିଏମ୍ଡିକେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ଏଆଇଆଇଡିଏମ୍କେ ୪୭ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ସହଯୋଗୀ ଦଳ ପିଏମ୍କେ ୪, ଏଏମ୍ଏମ୍କେ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ତେବେ ବିଜୟଙ୍କ ସମର୍ଥନ ପାଇଁ କଂଗ୍ରେସ ହାତ ମିଶାଇବ ନା ଡିଏମ୍କେ ସହିତ ସମ୍ପର୍କରେ ରହି ଟିଭିକେ ବିରୁଦ୍ଧରେ ଛିଡା ହେବ ତାହା ଆଗାମୀ ସମୟ କହିବ|

