ପଥର ମଝିରେ ଫସିଗଲା ନାବାଳକଙ୍କ ମୁଣ୍ଡ; ଓଡଗାଁ ଅଗ୍ନିଶମ ବିଭାଗ , ନୟାଗଡ଼ ପୋଲିସ ମିଳିତ ସହଯୋଗରେ ଉଦ୍ଧାର
ନୟାଗଡ଼, ୭ | ୫ : ମହୁ ସଂଗ୍ରହ କରିବାକୁ ଯାଇ ପଥର ମଝିରେ ଫସିଗଲା ନାବାଳକଙ୍କ ମୁଣ୍ଡ | କଷ୍ଟ ଆଉ ଯନ୍ତ୍ରଣାରେ ଛଟପଟ ହେଉଥିଲେ | ସୂଚନା ଅନୁଯାୟୀ,ନୟାଗଡ ଓଡଗାଁ ଥାନା ଗଜେନ୍ଦ୍ରପଲ୍ଲୀ ଗ୍ରାମର ୬ ଜଣ ଯୁବକ ମହୁ ସଂଗ୍ରହ କରିବା ପାଇଁ ଓଡଗାଁ ବାଉଁଶଗାଡ଼ିଆ ସ୍ଥିତ କାଣିପଦା ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ | ମହୁ ଫେଣା ଖୋଜୁଥିବା ସମୟରେ ୧୪ ବର୍ଷୀୟ ବାଳକ ଶିବୁ ନାୟକ ପଥର ଖୋଲକୁ ଯିବା ସମୟରେ ହଠାତ ଫସି ଯାଇଥିଲେ |
ତେବେ ଗତକାଲି ପ୍ରବଳ ବର୍ଷା ଯୋଗୁଁ ଯୁବକ ଜଣକ ପଥର ତଳକୁ ପସି ଥିବାରୁ ପଥର ଖସି ଥିଲା, ଯାହା ଫଳରେ ଯୁବକ ଜଣକ ଭିତରୁ ବାହାରି ପାରି ନଥିଲେ, ପଥର ଖସିବା କାରଣରୁ ବାଳକ ଶିବୁ ନାୟକଙ୍କ ମୁଣ୍ଡ ଚାପି ହୋଇ ରହିଥିଲା, ସାଥିରେ ଯାଇଥିବା ଅନ୍ୟ ଯୁବକ ମାନେ ସାଙ୍ଗକୁ ଉଦ୍ଧାର ପାଇଁ ଅନେକ ବାର ଚେଷ୍ଟା କରିବା ପରେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ, ଏଇ ଘଟଣାଙ୍କୁ ନେଇ ଯୁବକ ସାଙ୍ଗମାନେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଓଡଗାଁ ଥାନାକୁ ଖବର ଦେଇଥିଲେ | ଖବର ପାଇ ଘଟଣା ସ୍ଥଳରେ ଓଡଗାଁ ପୋଲିସ,ନୟାଗଡ଼ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ସଫଳତା ପୂର୍ବକ ବାଳକକୁ ଉଦ୍ଧାର କରାଯାଇଥିଲା | ତେବେ ବାଳକ ଜଣକ ବାରମ୍ବାର ଅଚେତ ହେଉଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା | ଏବେ ଅବସ୍ଥାରେ ସୁଧାର ଆସଛି |

