ପୁଲିସ୍ ସାମ୍ନାରେ ରୋଡ୍ ରୋମିଓଙ୍କୁ ବାନ୍ଧି ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ
ଭୁବନେଶ୍ଵର, ୭ | ୫ : ଆଜି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ଜଣେ ଯୁବକଙ୍କୁ ପିଟି ପିଟି ଜୀବନରୁ ମାରି ଦିଆଯାଇଛି | ଉତ୍ତ୍ୟକ୍ତ ଲୋକେ ଯୁବକଙ୍କ ହାତଗୋଡ଼ ବାନ୍ଧି ପୁଲିସ୍ ସାମ୍ନାରେ ଘୋଷାଡ଼ି ଘୋଷାଡ଼ି ପିଟିଛନ୍ତି । ଯୁବକ ଜଣଙ୍କୁ ଏକ ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଛନ୍ତି। ମୃତକ ଜଣକ ହେଲେ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ ।
ସୂଚନା ଅନୁସାରେ , ଦୁଇ ଜଣ ଯୁବତୀ ଯାଉଥିବାବେଳେ ଦୁଇ ଜଣ ଯୁବକ ସେମାନଙ୍କୁ ଅସଦାଚରଣ ବ୍ୟବହାର କରିଥିଲେ । ଏହାଦେଖି କିଛି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକଙ୍କୁ ନିଧୂମ ମାଡ ମାରିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏବଂ ଅନ୍ୟ ଜଣେ ଯୁବକ ପୁଲିସ୍ ଗିରଫରେ ରହିଥିବା ଜଣାପଡିଛି । ତେବେ ପୁଲିସ୍ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେବା ଶୃଙ୍ଖଳିତ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି |

