ଜାତୀୟ ରାଜପଥ ୨୬ ଅଧିଗ୍ରହଣ ପୁନଃ ବିଚାର ନେଇ କୋକସରା ତହସିଲଦାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ।
କଳାହାଣ୍ଡି,୦୮/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ନବରଙ୍ଗପୁର ରୁ କୋକସରା ମଧ୍ୟରେ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ନେଇ ନେଇ ବିଭାଗୀୟ ଅନୁଦାନ ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ଵରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏନେଇ ଗୁରୁବାର କୋକସରା ଜମି ହରାଉଥିବା ଗ୍ରାମବାସୀ ଙ୍କ ପକ୍ଷରୁ ଏକ ଅଭିଯୋଗ ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ପ୍ରଦାନ କରିବା ସହ ଏନ ଏଚ ୨୬ ସମ୍ପ୍ରସାରଣ ଜମି ଅଧିଗ୍ରହଣ ପୁନଃ ବିଚାର ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ରେ ଅଭିଯୋଗ ମତେ କୋକସରା ବିଏସଏନଏଲ ଅଫିସ ଠାରୁ ବଙ୍ଗୋମୁଣ୍ଡା ସ୍ଥିତ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ୧ କିମି ରାସ୍ତା ର ପଶ୍ଚିମ ପାର୍ଶ୍ଵରେ ରେ ଥିବା ଜମି ଅଧିଗ୍ରହଣ ପାଇଁ ଏକ ତରଫା ଭାବେ ରାସ୍ତା କୁ ବଙ୍କେଇ କରି ଜମି ଅଧିଗ୍ରହଣ କରୁଥିବା ନେଇ ଅଭିଯୋଗ, ଜାତୀୟ ରାଜପଥ ର ପୂର୍ବ ପାର୍ଶ୍ଵରେ ଥିବା ଜମି ଅଧିଗ୍ରହଣ ପାଇଁ ଚିଂହ୍ନଟ ହୋଇ ନଥିବା, କେବଲ ପଶ୍ଚିମ ପାର୍ଶ୍ଵରେ ଥିବା ଜନବସତି ରୁ ବିଶେଷ ଜମି ଅଧିଗ୍ରହଣ, ରାସ୍ତା ସିଧା ସଳଖ ଥିବା ସତ୍ତ୍ୱେ ଗୋଟିଏ ପାର୍ଶ୍ଵ ରୁ ଅଧିକ ଜମି ଅଧିଗ୍ରହଣ କରିବା, ଉଭୟ ପାର୍ଶ୍ଵ ରୁ ରାସ୍ତା ଅଧିଗ୍ରହଣ ହେଲେ ରାସ୍ତା ସିଧା ସଳଖ ହେବ ଏଣୁ ଏହା ଉପରେ ଦୃଷ୍ଟି ଦେବା,ପୂର୍ବ ତହସିଲଦାର ଉଭୟ ପଟ ରାସ୍ତା କୁ ସର୍ଭେ କରିଥିବା ବେଳେ ତାହା ର ବ୍ୟତିକ୍ରମ ହେଉଥିବା,ରାସ୍ତା ର ଉଭୟ ପାର୍ଶ୍ଵରେ ଚିଂହ୍ନଟ କଲେ ଅଧିଗ୍ରହଣ ରେ ଜମି ହରାଉଥିବା ହିତାଧିକାରୀ ଙ୍କ କ୍ଷତି କମିବା, ବର୍ତ୍ତମାନ ଅଧିଗ୍ରହଣ ରେ ଅନେକ ବ୍ୟକ୍ତି ଙ୍କ ବାସଗୃହ କ୍ଷତି ହେବା ର ଆଶଙ୍କା ରହିଛି ଏହାର ପୁନଃ ବିଚାର କରିବାକୁ ନେଇ ଗୁରୁବାର କୋକସରା ଗ୍ରାମ ର ଜମି ଅଧିଗ୍ରହଣ ରେ ଜମି ହରାଉଥିବା ବ୍ୟକ୍ତି ଅଜୟ କୁମାର ସାହୁ,ବଳଦେବ ଠାକୁର, ସଚିନ ଗୁପ୍ତା,ମହେଶ ଗୁପ୍ତା,ଧୀରେନ୍ଦ୍ର ନାଥ ଠାକୁର, ଗୋପୀନାଥ ବାଗ,କମଳା କାନ୍ତ ଚିନ୍ଦା,ପ୍ରେମଲାଲ ସିଂ,ଲକ୍ଷ୍ମୀ ପ୍ରସାଦ ରାଉତ,ତ୍ରିଲୋଚନ ମହାପାତ୍ର, ଶାରଳା ପ୍ରଧାନୀ,ରାମଲକ୍ଷ୍ମଣ ଗୁପ୍ତା,ଜୟଶ୍ରୀ ଠାକୁର,ଉର୍ମିଳା ଘି ସମେତ ଅଧିଗ୍ରହଣ ରେ ଜମି ହରାଉଥିବା ମାନେ ଅନ୍ୟ ଲୋକେ କୋକସରା ଅତିରିକ୍ତ ତହସିଲଦାର ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଜାତୀୟ ରାଜପଥ ପଶ୍ଚିମ କଡ଼ ରେ ଥିବା ଜମି ଅଧିଗ୍ରହଣ ନେଇ ପୁନଃ ବିଚାର ନେଇ ଦ୍ୱାରସ୍ଥ ହେବାସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଆଗ୍ରାହ୍ୟ କରିଛନ୍ତି।

