ବିରିୟାନି ପରେ ତରଭୁଜ ଖାଇ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ଘଟଣା ; ତରଭୁଜରେ ମିଶିଥିଲା ମୂଷାମରା ବିଷ
ମୁମ୍ବାଇ, ୮ | ୫ : ମୁମ୍ବାଇର ଫିଧୋନି ଅଞ୍ଚଳରେ ଗତ ଏପ୍ରିଲ ୨୬ ତାରିଖ ତାରିଖରେ ବିରିୟାନୀ ଓ ତରଭୂଜ ଖାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି | ଫରେନସିକ ରିପୋର୍ଟ ଆଶିଆବେ ପରେ ମୃତ୍ୟୁ ରହସ୍ୟର ସତ ଜଣାପଡିଛି | ଫରେନସିକ ରିପୋର୍ଟରୁ ଜଣାପଡିଛି କି ଯେ, ତରଭୁଜରେ ବିଷ ମିଶାଯାଇଥିଲା ତେଣୁ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତରଭୁଜରେ ମୂଷା ମରା ବିଷ ଜିଙ୍କ ଫସଫାଇଡ ମିଶିଥିବା ତଦନ୍ତରୁ ଜଣାପଡିଛି ।
ତରଭୂଜ ଓ ମୃତବ୍ୟକ୍ତିଙ୍କ ଶରୀରକୁ ଏହି ମୂଷାମରା ବିଷ ଠାବ କରାଯାଇଛି। ଏଫଏସ୍ଏଲ୍ ରିପୋର୍ଟ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। କିନ୍ତୁ ତରଭୁଜରେ କିଭଳି ଏବଂ କିଏ ମୂଷାମରା ବିଷ ମିଶାଇଲା ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପରିବାରର ମୁଖ୍ୟ ଅବଦୁଲ ଧୋକାଡିଆ , ବର୍ଷୀୟ ପତ୍ନୀ ନସରିନ୍ ଏବଂ ଦୁଇଝିଅ ଆୟେଶା ଓ ଜୈନବଙ୍କର ବି ବିରିୟାନୀ ଓ ତରଭୂଜ ତରଭୁଜ ଖାଇବା ଯୋଗୁ ମୃତ୍ୟୁ ଘଟିଥିଲା। ଏପ୍ରିଲ ୨୫ ତାରିଖ ରାତିରେ ସେମାନେ ନିଜ ଘରେ ଭୋଜିର ଆୟୋଜନ କରିଥିଲେ । ବନ୍ଧୁ ଓ ପରିଜନ ସମସ୍ତେ ଆସିଥିଲେ। ରାତି ପ୍ରାୟ ୧ଟାରେ ସମସ୍ତେ ଚିକେନ ବିରିୟାନୀ ଖାଇଥିଲେ।ବନ୍ଧୁବାନ୍ଧବ ଚାଲିଯିବା ପରେ ଏହି ପରିବାରର ୪ ଜଣ ସଦସ୍ୟ ଘରେ ରଖିଥିବା ତରଭୁଜ ଖାଇ ଶୋଇଥିଲେ। କିନ୍ତୁ କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ ।
ପ୍ରଥମେ ନିକଟସ୍ଥ ଜଣେ ଡାକ୍ତରଙ୍କୁ ଘରକୁ ଡାକି ସେମାନେ ଔଷଧ ଖାଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ବେଳକୁ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୩ ଜଣ ସଦସ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ତେବେ ତଦନ୍ତରୁ ଜଣାପଡିଥିଲା କି ବିରିୟାନୀ ଖାଇଥିବା ବନ୍ଧୁ ବାନ୍ଧବଙ୍କର କୌଣସି କ୍ଷତି ହୋଇ ନଥିଲା | କିନ୍ତୁ ତରଭୁଜ ଖାଇବା ପରେ ଉକ୍ତ ପରିବାରର ୪ ଜଣ, ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ତେଣୁ ତରଭୁଜରେ ହିଁ ବିଷାକ୍ତ ପଦାର୍ଥ ମିଶାଯାଇଥିବାର ସନ୍ଦେହ କରାଯାଉଥିଲା |

