ମେଗାଲିଫ୍ଟ ଚାଷି ଙ୍କ ଆନ୍ଦୋଳନ ତୃତୀୟ ଦିନରେ, ସାମିଲ ହେଲେ ୩ ପଞ୍ଚାୟତ ର ଚାଷି।
କଳାହାଣ୍ଡି,୧୦/୦୫
ଶୁଣୁନାହାନ୍ତି ରାଜ୍ୟ ସରକାର ଚାଷି ଙ୍କ ଦୁର୍ଦ୍ଦଶା, ରବିଧାନ ପଞ୍ଜିକରଣ ପୋର୍ଟାଲ ଖୋଲିବା ପାଇଁ ଦିର୍ଘ ମାସ ହେବ ଚାଷି ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପରେ ଆନ୍ଦୋଳନ ଜାରି ରହିଛି। ଗତ ଶୁକ୍ରବାର ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରାଯିବା ସହ ହଜାର ହଜାର ଚାଷୀ ସମାବେଶରେ ଅଂଶଗ୍ରହଣ କରି ପ୍ରଶାସନ କୁ ଦାବି ଜଣାଇଥିଲେ, ହେଲେ ରାଜ୍ୟ ସରକାର କିମ୍ବା ପ୍ରଶାସନ ପକ୍ଷରୁ ଚାଷି ଙ୍କ ଦାବି କୁନେଇ କୌଣସି ପଦକ୍ଷେପ ଗ୍ରହଣ କରା ଗଲାନାହିଁ।
ଏହାକୁ ନେଇ ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ କ୍ରମାଗତ ଭାବେ ଆନ୍ଦୋଳନ ଜାରି ରହିଛି। ଆଜି ତୃତୀୟ ଦିନରେ ପ୍ରତୀକାତ୍ମକ ଆନ୍ଦୋଳନ ଧାରଣା ରେ ବ୍ଲକ ର ୩ ପଞ୍ଚାୟତ ରେଙ୍ଗାଳପାଲି, ଫୁଫ ଗାଁ ଓ ଡ଼ ହ ଗାଁ ପଞ୍ଚାୟତ ଶତାଧିକ ଚାଷି ଥାନା ସମ୍ମୁଖରେ ଥିବା ଜାତୀୟ ରାଜପଥ କଡ଼ ରେ ବସି ଧାରଣା ଦେଇଛନ୍ତି। ୩ ପଞ୍ଚାୟତ ରୁ ଭାଗ ନେଇଥିବା ଚାଷୀମାନେ ରାଜ୍ୟ ସରକାରଙ୍କୁ ରବିଧାନ ବିକ୍ରି ପାଇଁ ପି ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଆରମ୍ଭ କରିବାକୁ ଦାବି ରଖିଛନ୍ତି। ଏହି ଆନ୍ଦୋଳନ ରେ କୃଷକ ମଞ୍ଚ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ ଅଗ୍ରୱାଲ ଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ଜୟଲାଲ ନାଏକ, ନାରାୟଣ ପଟ୍ଟନାୟକ, ଡ଼ହଗାଁ କୃଷି ସମବାୟ ସମିତିର ସଭାପତି ବ୍ରଜ ନାଏକ, ମିନିକେତନ ପ୍ରଧାନୀ, ଘନଶ୍ୟାମ ନାଏକ, ଅଶୋକ ପୁଝାରି, ରାଜ କିଶୋର ସାହୁ,ମାନସ ରଞ୍ଜନ ବାଗ,ସୁନୀଲ ଚନ୍ଦ୍ର ଦୁରିଆ, ପଞ୍ଚକ ପୋଢ଼,ରମେଶ ଚନ୍ଦ୍ର ଦୁର୍ଗା, ସହଦେଵ ପଟ୍ଟନାୟକ,ଦୁର୍ଗା ପ୍ରସାଦ ନାଏକ,ତ୍ରିଭୁବନ ନାଏକ,ସୁବ୍ରତ କୁମାର ସାହୁ, ପ୍ରମୋଦ ପଣ୍ଡା, ସମେତ ୩ ପଞ୍ଚାୟତ ର ଶତାଧିକ ଚାଷୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ପଞ୍ଜିକରଣ ପୋର୍ଟାଲ ଅନ ଲାଇନ କରିବା ନେଇ ଦାବି କରିବା ସହ ଯଦି ସରକାର ଚାଷି ଙ୍କୁ ହତାଦର କରିବେ ତାହେଲେ ଚାଷି ଆନ୍ଦୋଳନ ପୁଣି ତୀବ୍ରତର କରାଯିବା ନେଇ ଚେତାବନୀ ଦେଇଛନ୍ତି।

