ଭକ୍ତ ଦାସ ଙ୍କ ଗଡ଼ରେ ମୋକିମ୍ଙ୍କ ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଶକ୍ତି ପ୍ରଦର୍ଶନ।
କଳାହାଣ୍ଡି,୧୧/୦୫
କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ କୃଷ୍ଣନଗର ପଡ଼ିଆରେ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ବିଶାଳ ଜନସମାବେଶ ମାଧ୍ୟମରେ ନିଜର ଶକ୍ତି ଜାହିର କରିଛନ୍ତି ଓଡିଶା ଜନତା କଂଗ୍ରେସ ର ମୁଖ୍ୟ ମହମ୍ମଦ ମୋକିମ୍। ‘ଗ୍ରୀନ କଳାହାଣ୍ଡି’ର ପ୍ରତିଷ୍ଠାତା ମଧୁ ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାର ପାରମ୍ପରିକ ରାଜନୈତିକ ଦଳଗୁଡ଼ିକ ପାଇଁ ଏକ ବଡ଼ ଚେତାବନୀ ଭାବେ ଉଭା ହୋଇଛି।ଏହି ସମାବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଭିନ୍ନ ପ୍ରମୁଖ ରାଜନୈତିକ ଦଳରୁ ଆସିଥିବା ଅସନ୍ତୋଷ ଯୁବ କର୍ମୀଙ୍କ ଓଡିଶା ଜନତା କଂଗ୍ରେସରେ ସାମିଲ ହୋଇଛନ୍ତି। ଜିଲ୍ଲାର ବିକାଶ ପ୍ରସଙ୍ଗରେ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପୁଞ୍ଜି କରି ଓଡିଶା ଜନତା କଂଗ୍ରେସ ନିଜର ସଂଗଠନକୁ ମଜବୁତ କରୁଥିବା ଏଠାରେ ସ୍ପଷ୍ଟ ଜଣାପଡ଼ୁଛି।ବିଶାଳ ଜନସଭାକୁ ସମ୍ବୋଧିତ କରି ମହମ୍ମଦ ମୋକିମ୍ କହିଛନ୍ତି କଳାହାଣ୍ଡିକୁ ପ୍ରତାରଣା କରାଯାଇଛି, କଳାହାଣ୍ଡିକୁ ପ୍ରତ୍ୟେକ ପ୍ରମୁଖ ରାଜନୈତିକ ଦଳ କେବଳ ପ୍ରତାରଣା କରିଛନ୍ତି। ଏହି ମାଟିର ହକ ଓ ବିକାଶ ପାଇଁ ଆମେ ଏକ ସଶକ୍ତ ବିକଳ୍ପ ଭାବେ ଲଢ଼େଇ କରିବୁ।କୁଚକ୍ରୀ ଙ୍କ ଷଡଯନ୍ତ୍ର କୌଣସି ପ୍ରଭାବ ପକାଇ ପାରିଲାନାହିଁ ।ଦଶ ହଜାର ରୁ ଅଧିକ ଜନସମାଗମ ନୂଆଁ ଦଳ ପାଇଁ ବହୁତ ବଡ଼ ଶୁଭ ସଙ୍କେତ ।
ଅନ୍ୟପଟେ ଭବାନୀପାଟଣା ସଦର ବିଧାୟକ ସାଗର ଦାସଙ୍କ ‘ବନ୍ଦ’ ଡାକରା ଦିଆଯାଇଛି।ତୁର୍କେଲ ବ୍ରୀଜ୍ ପ୍ରସଙ୍ଗକୁ ନେଇ ଭବାନିପାଟଣା ସଦର ବିଧାୟକ ସାଗର ଦାସଙ୍କ ଦ୍ୱାରା ଦିଆଯାଇଥିବା ସଦର ବ୍ଲକ ବନ୍ଦ ଡାକରା ବିଶେଷ ପ୍ରଭାବ ପକାଇ ପାରିନାହିଁ। ବନ୍ଦ ଡାକରା ସତ୍ତ୍ୱେ ଯାତାୟତ ଓ ଜନଜୀବନ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି।ଓଡିଶା ଜନତା କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ କୁମ ମଞ୍ଚ ସଂଯୋଜନା ଓ ପରିଚାଳନା ଜୟନ୍ତ କୁମାର ନାୟକ କରିଥିବା ବେଳେ ସୁନନ୍ଦ ପଟ୍ଟନାୟକ,ରାମ ପାଣିଗ୍ରାହୀ,ଲମ୍ବୋଦର ତାଣ୍ଡି,କାଳିଆ ସରାଫ,ପ୍ରଭାକର ବେହେରା,ପ୍ରକାସ ମଙ୍ଗରାଜ,ଚିତ୍ରସେନ ଜାଲ ,ବିଦ୍ୟାଧର ମୁଣ୍ଡ,ପ୍ରଣବ ଭୋକ୍ତା, କଳା କାହୁଁ ସା ,ରାଣା ପ୍ରତାପ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ।

