Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଥରେ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ! ମମତାଙ୍କୁ ସୁପ୍ରୀମକୋର୍ଟଙ୍କ ଆଶ୍ବସ୍ତି

ପଶ୍ଚିମବଙ୍ଗ , ୧୨ ।୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳ ;ଟିଏମସି’ ବିଜେପି ଓ ଜାତୀୟ ନିର୍ବାଚନ କମିଶନ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲା। ଯାହାକୁ ନେଇ ବିବାଦ ଜୋର୍ ଧରିଥିଲା । ବେଙ୍ଗଲ ନିର୍ବାଚନର ରେଜଲ୍ଟ ଉପରେ ଏସ୍‌ଆଇଆରର ପ୍ରଭାବ ପଡ଼ିଥିବା ସୁପ୍ରିମକୋର୍ଟଙ୍କୁ କହିଛି ଟିଏମସି। ଏପରିକି ଭାରତୀୟ ନିର୍ବାଚନ କରିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍‌ଆଇଆରରେ ବେଙ୍ଗଲ ଭୋଟରଲିଷ୍ଟରୁ ୯0 ଲକ୍ଷ ନାଁ କଟି ଯାଇଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହି ଅଭିଯୋଗ ପରେ ଏବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି | ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କ ଦ୍ୱାରା ଗଠିତ ହୋଇଥିବା ଖଣ୍ଡପୀଠ ଏହା ଶୁଣିବା ପରେ କହିଛନ୍ତି ଯେ, ଯଦି କିଛି ଆସନରେ ଜିତିବା ଓ ହାରିବା ବ୍ୟବଧାନ ଏତେ କମ ରହିଛି, ତେବେ ପ୍ରଭାବିତ ଦଳ ଏନେଇ ଆବେଦନ କରିପାରିବେ ।

ଖଣ୍ଡପୀଠ କହିଛନ୍ତି ଯେ, ଯଦି ନିର୍ବାଚନମଣ୍ଡଳୀରେ ବିଜୟର ପରିମାଣ ଡିଲିଟ୍ ହୋଇଥିବା ଭୋଟ ସଂଖ୍ୟାଠାରୁ ପ୍ରକୃତରେ କମ୍ ଥାଏ, ତେବେ ନୂତନ ଆବେଦନ କୋର୍ଟରେ ଦାଖଲ କରାଯାଇପାରିବ। ପୂର୍ବ ଶୁଣାଣି ସମୟରେ ମଧ୍ୟ, ସୁପ୍ରିମକୋର୍ଟ ସୂଚିତ କରିଥିଲେ ଯେ ଯଦି କୌଣସି ସ୍ଥାନରେ ଜିତିବା ଏବଂ ହାରିବା ଦଳ ମଧ୍ୟରେ ପାର୍ଥକ୍ୟ ବିବାଦିତ ଡିଲିଟ୍ ହୋଇଥିବା ଭୋଟ ସଂଖ୍ୟାଠାରୁ କମ୍ ଥାଏ ତେବେ ସେହି ମାମଲାଗୁଡ଼ିକର ଯାଞ୍ଚ ହେବ |

ତେବେ ୨୦୨୧ରେ ଦଳ ଯେଉଁ ୩୧ଟି ଆସନରେ ଜିତିଥିଲା, ଏଥର ହାରିଛି। ଚଳିତ ବର୍ଷ ସେସବୁ ସ୍ଥାନରେ ବିଜେପି ଜିତିଛି।ଟିଏମସି ସାଂସଦ ତଥା ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଆଗରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ ୩୧ଟି ଆସନରେ ଯେତିକି ମତଦାତାଙ୍କ ସଂଖ୍ୟା ହ୍ରାସ କରାଯାଇଛି , ତାହା ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀମାନେ ଜିତିଥିବା ସଂଖ୍ୟା ଭୋଟ ଠାରୁ ଅଧିକ। କିଛି ଆସନରେ ସଂଖ୍ୟା ପ୍ରାୟ ସମାନ ରହିଛି।

କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଗୋଟିଏ ସ୍ଥାନରେ ଟିଏମସି ପ୍ରାର୍ଥୀ ମାତ୍ର ୮୬୨ ଖଣ୍ଡ ଭୋଟରେ ହରିଚନ୍ତି । ଯେଉଁ ନିର୍ବାଚନ ମଣ୍ଡଳୀରୁ ୫ ହଜାରରୁ ଅଧିକ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି। ମୋଟ ଉପରେ ଦେଖିଲେ ଟିଏମସି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୩୨ ରହିଛି । କିନ୍ତୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ୩୫ ଲକ୍ଷ ଲୋକଙ୍କ ଆବେଦନ ଏବେ ବି ବିଚାର ପାଇଁ ପଡ଼ି ରହିଛି ବୋଲି ସେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ଭୋଟର ତାଲିକାରେ ସାମିଲ ହେବା କରାଯାଉଥିବା ଆବେଦନର ଖାରଜ ପ୍ରକ୍ରିୟା ସମ୍ପର୍କରେ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ୱାମୀ କହିଛନ୍ତି ଯେ ଯଦି ଏଭଳି ଧିମା ଗତିରେ ସବୁ କିଛି ବିଚାର କରାଯିବ, ତା’ହେଲେ ସମସ୍ତ ଆବେଦନ ଉପରେ ବିଚାର ଶେଷ କରିବାକୁ ୪ ବର୍ଷ ସମୟ ଲାଗିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories