ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ , ୧୨ | ୫ : ଆଇପିଏଲ ଟିମର ଦିଲ୍ଲୀ କ୍ୟାପିଟାଲ୍ସ କୁ ଲାଗିଛି ବଡ ଝଟକା | ଆଇପିଏଲ ୨୦୨୬ରେ, ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ ପରେ ଏବେ ଏକ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ଦଳକୁ | ମନ୍ଥର ଓଭର ରେଟ୍ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଅକ୍ଷର ପଟେଲ୍ଙ୍କୁ ଜରିମାନା ପଡ଼ିଛି । ଅକ୍ଷର ପଟେଲଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ପଡିଛି । ତେବେ ଏହା ତାଙ୍କର ପ୍ରଥମ ମନ୍ଥର ବୋଲିଂ ଓଭର୍ ରେଟ୍ ହୋଇଥିବାରୁ ଦଣ୍ଡ କମ୍ କରାଯାଇଥିବା ଜଣାପଡିଛି |
ଅକ୍ଷର ପଟେଲ୍ ଚଳିତ ଆଇପିଏଲରେ ୫୬ ରନ ହାସଲ କରିବା ସହ ଦଳର ବିଜୟରେ ପ୍ରମୁଖ ଦାୟୀତ୍ଵ ତୁଲାଇଥିଲେ । ସେହିପରି ଡେଭିଡ୍ ମିଲର ୫୧ ରନ ହାସଲ କରି ଦଳର ବିଜୟରେ ଅନ୍ୟତମ ପ୍ରମୁଖ ଖେଳାଳି ହୋଇଥିଲେ । ଦିଲ୍ଲୀ ସୋମବାର ମ୍ୟାଚ୍ ହାରିଯାଇଥିଲେ ପ୍ଲେ ଅଫ୍ ମ୍ୟାଚ ରୁ ବାହାର ହୋଇଯାଇଥାନ୍ତା । ଏବେ ପଏଣ୍ଟ୍ ଟେବୁଲ୍ର ସପ୍ତମ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଶେଷ ଦୁଇ ଲିଗ୍ ୨ ମ୍ୟାଚ୍ ମେ’ ୧୭ରେ ରାଜସ୍ଥାନ ରୟାଲ୍ସ ଏବଂମେ’ ୨୪ରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବାର ସୂଚନା ରହିଛି ।

