Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

କନ୍ଧମାଳ , ତା, ୧୨/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ । ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି ଗୋଦାମ ଘର ଏବଂ ଚାଉଳ ବିତରଣ କେନ୍ଦ୍ର ତାଲା ଦେଇ ବନ୍ଦ କରି ଯାଇଥିଲେ ଯୋଗାଣ ସହାୟକ । ସୋମବାର ସକାଳେ ଗୋଦାମ ଘର ତାଲା ଭାଙ୍ଗି ଖୋଲାଥିବା ଦେଖି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକଙ୍କୁ ଜଣାଇଥିଲେ ଅଞ୍ଚଳବାସୀ । ସରପଞ୍ଚ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ କ.ନୁଆଗାଁ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତିରଞ୍ଜନ ବିଶ୍ବାଳଙ୍କୁ ଜଣାଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଁଞ୍ଚି ଷ୍ଟକ୍ ଯାଞ୍ଚ୍ କରିବା ପରେ ଗୋଦାମ ଘରେ ସମୁଦାୟ ୯୬୩ ବସ୍ତା ଚାଉଳ ଥିଲା ଏବଂ ସେଥିରୁ ୯ ବସ୍ତା ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ସନ୍ଦେହରେ ଗ୍ରାମବାସୀ କାବୁ କରିଥିବା ଦୁଇଜଣ ଯୁବକଙ୍କୁ ପୋଲିସର ଜିମା ଦେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ