Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରିବା ପଡିଲା ମହଙ୍ଗା! AIADMK ଦଳରୁ ବିଦା ହେଲେ ୨୫ ବିଧାୟକ

ତାମିଲନାଡୁ, ୧୪ | ୫ : ତାମିଲନାଡୁ ରାଜନୀତିରେ ବଡ ହଲଚଲ । ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଫ୍ଲୋର ଟେଷ୍ଟରେ ସମର୍ଥନ କରିବା ପଡିଲା ମହଙ୍ଗା | AIADMKରୁ ବିଦା ହେଲେ ୨୫ ଜଣ ବିଧାୟକ | ଏଆଇଏଡିଏମକେ ସାଧାରଣ ସମ୍ପାଦକ କେ. ପଲାନିସ୍ୱାମୀ କ୍ରସ ଭୋଟିଂ କରିଥିବା ଆଧାରରେ ଦଳର ୨୫ ଜଣ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି । ଏଥିରେ ଏସ୍ ପି ଭେଲୁମଣି ଏବଂ ସି.ଭି. ଶନମୁଗମଙ୍କ ସମେତ ଅନେକ ନେତା ଦଳୀୟ ପଦବୀରୁ ବହିଷ୍କାର ହୋଇଛନ୍ତି।

ସମର୍ଥନ କରି ଦଳରୁ ସି.ଭି. ଶନମୁଗମନ, ଏସ୍ ପି ଭେଲୁମଣିଙ୍କ ସମେତ ୨୫ ବିଧାୟକ ଦଳରୁ ବିଦା ହୋଇଥିବା ବେଳେ ଅନ୍ୟପଟେ ବିଧାୟକଙ୍କ ନେତୃତ୍ୱ ନେଇଥିବା ସି.ଭି. ଶନମୁଗମ ଦଳ ଭିତରେ ହୋଇଥିବା କୌଣସି ବିଭାଜନକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତିଯେ,”ଦଳରେ କୌଣସି ପ୍ରକାରର ବିଭାଜନ ନାହିଁ।

ଦଳର ମୁଖ୍ୟ ପଲାନିସ୍ବାମୀଙ୍କ ନିଷ୍ପତ୍ତି ଉପରେ ସିଭେ ଶନମୁଗମ ନିଜର ମତ ରଖି କହିଛନ୍ତିଯେ, “ମୁଁ ଦଳ ସହିତ ବିଶ୍ୱାସଘାତକତା କରିନାହିଁ | ଆମ ଦଳ ଏବଂ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେର ସମାନ ଆଦର୍ଶଗତ ଏଜେଣ୍ଡା ଅଛି | ସେ ଆହୁରି କହିଛନ୍ତି ଯେ, ଏହି ସମାନତା କାରଣରୁ ବିରୋଧୀ ଦଳର ବିଧାୟକ ମାନଙ୍କର ଏକ ଅଂଶ ବିଶ୍ୱାସ ଭୋଟ ସମୟରେ ଟିଭିକେର ବିଜୟ ସରକାରଙ୍କୁ ସମର୍ଥନ କରିଥିଲେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ୧୧୮ ବିଧାୟକଙ୍କ ସମର୍ଥନ ଦରକାର ଥିଲା, କିନ୍ତୁ ତାଙ୍କ ସମର୍ଥନରେ ମିଳିଥିଲା ୧୪୪ ଖଣ୍ଡ ଭୋଟ୍ । ଯାହା ସଂଖ୍ୟା ଗରିଷ୍ଠତା ପ୍ରମାଣରୁ ଅଧିକ ରହିଥିଲା | ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବାରେ ରହିଛି ‘ଏଆଇଏଡିଏମକେ’ ବିଧାୟକ ମାନଙ୍କର ବଡ ସମର୍ଥନ | ଆଉ ଏବେ ଏହି ସମର୍ଥନ ଦଳ ଭିତରେ ବିଭ୍ରାଟ ସୃଷ୍ଟି କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ