Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରଙ୍ଗସ୍ବାମୀ

ପୁଡୁଚେରୀ,୧୫।୫: ୫ମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଅଲ ଇଣ୍ଡିଆ ଏନ୍‌ଆର କଂଗ୍ରେସ (ଏଆଇଏନ୍‌ଆରସି) ଦଳର ପ୍ରତିଷ୍ଠାତା ଏନ୍ ରଙ୍ଗସ୍ବାମୀ ଶପଥ ଗ୍ରହଣ କରିଛନ୍ତି। ଉପ ରାଜ୍ୟପାଳ କେ କୈଳାସନାଥନ ତାଙ୍କର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ ବିଜେପିର ବିଧାୟକ ଏ ନମଶିବାୟମ ଓ ଏଆଇଏନଆରସିର ବିଧାୟକ ଏମ୍ କୃଷ୍ଣରାଓ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରଙ୍ଗସ୍ବାମୀଙ୍କ ଶପଥ ଗ୍ରହଣ ସହିତ ପୁଡୁଚେରୀରେ ପୁଣି ଥରେ ଏନଡିଏ ଶାସନ ଆରମ୍ଭ ହୋଇଛି। ଏହା ପୂର୍ବରୁ ୨୦୦୧ ଅକ୍ଟୋବର, ୨୦୦୬ ମେ, ୨୦୧୧ ମେ, ୨୦୨୧ ମେ’ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ