Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ, ନିନ୍ଦା କଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ,୧୪।୫: ଓମାନ ଉପକୂଳ ନିକଟରେ ଏକ ଭାରତୀୟ ଜାହାଜ ଉପରେ ହୋଇଥିବା ମିସାଇଲ ଆକ୍ରମଣ ଉପରେ କଡ଼ା ଅସନ୍ତୋଷ ପ୍ରକାଶ ଭାରତ । ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ କଡା ନିନ୍ଦା କରିଛି | ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁସାରେ, ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାର ଏବଂ ସାଧାରଣ ନାବିକମାନଙ୍କୁ ଟାର୍ଗେଟ୍ କରିବା କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣୀୟ ନୁହେଁ | ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଏବଂ ଆଖପାଖର ଆନ୍ତର୍ଜାତୀୟ ସାମୁଦ୍ରିକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସମୟରେ ଏହି ଆକ୍ରମଣ ହୋଇଛି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜାୟସୱାଲଙ୍କ ଅନୁଯାୟୀ, ଓମାନ ଉପକୂଳ ନିକଟରେ ଭାରତୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ ଘଟଣା। କ୍ରମାଗତ ଭାବେ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ସାଧାରଣ ନାବିକମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଘଟଣାକୁ ଆମେ ନିନ୍ଦା କରୁଛୁ । ମନ୍ତ୍ରାଳୟ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ଜାହାଜରେ ଥିବା ସମସ୍ତ ଭାରତୀୟ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଗୁଜରାଟର ଏହି ଜାହାଜ ହାଜି ଅଲି ଓମାନ୍ ଉପକୂଳ ନିକଟରେ ପହଞ୍ଚିବା ପରେ ହଠାତ ଡ୍ରୋନ୍ ମାଡ ହୋଇଥିଲା । ଘଟଣାସ୍ଥଳରେ ଜାହାଜଟି ବୁଡିଯାଇଥିଲା । ରାତି ପ୍ରାୟ ୩ଟା ୩୦ ପାଖାପାଖି ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଜାହାଜଟି ସୋମାଲିଆର ବରବେରା ପୋର୍ଟରୁ ଶାରଜାହ୍ ଆଡ଼କୁ ପଶୁ ସମ୍ପଦ ବୋଝେଇ କରି ଯାଉଥିଲା । ଆଉ ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଥିଲା । ତେବେ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବାଣିଜ୍ୟିକ ଜାହାଜ ଓ ନାଗରିକଙ୍କୁ ଲକ୍ଷ୍ୟ କରି ଚାଲିଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ ।

ତେବେ ଭାରତ ସରକାର ନିଜ ବିବୃତ୍ତିରେ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଜାହାଜ ଆକ୍ରମଣ ପଛରେ କାହାର ଷଡଯନ୍ତ୍ର ରହିଛି ? କିନ୍ତୁ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ହୋର୍ମୁଜ୍ ଷ୍ଟ୍ରେଟ୍ ଆଖପାଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ପ୍ରଣାଳୀ ହେଉଛି ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବ୍ୟାପାର ମାର୍ଗ | ବିଶ୍ୱର ଏକ ବଡ଼ ଅଂଶର ତେଲ ଏବଂ ଗ୍ୟାସ୍ ଯୋଗାଣର ବ୍ୟାପାର ଏହି ମାର୍ଗ ଦେଇ ହୋଇଥାଏ |ଭାରତ ସମେତ ଅନେକ ଏସୀୟ ଦେଶର ଶକ୍ତି ଆବଶ୍ୟକତା ଏହି ସାମୁଦ୍ରିକ ମାର୍ଗ ଉପରେ ଯଥେଷ୍ଟ ପରିମାଣରେ ନିର୍ଭରଶୀଳ। ଏପରି ପରିସ୍ଥିତିରେ ଏଠାରେ କୌଣସି ପ୍ରକାରର ଆକ୍ରମଣ କିମ୍ବା ଅସ୍ଥିରତା ସିଧାସଳଖ ବୈଶ୍ୱିକ ବ୍ୟାପାର ଏବଂ ତୈଳ ବଜାରକୁ ପ୍ରଭାବିତ କରିପାରେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ବିପଦ ବଢ଼ିବାରେ ଲାଗିଛି । ଏହା ଜାତୀୟ ସ୍ତରର ସମସ୍ୟା ନୁହେଁ ବରଂ ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାର ସହିତ ଜଡ଼ିତ ଗମ୍ଭୀର ପ୍ରସଙ୍ଗ ବୋଲି କହିଛି ଭାରତ କହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ