Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଶାନ୍ତିର ବାତାବରଣ, ୩ ଆହତ

ଭୁବନେଶ୍ୱର,୧୯।୫: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଶାନ୍ତିର ବାତାବରଣ ଖେଳିଛି। ବାଣୀବିହାର କ୍ୟାମ୍ପସ ମଧ୍ୟରେ ରହିଥିବା ହଷ୍ଟେଲରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଛାତ୍ର ଗୋଷ୍ଠୀର ଜଣେ ଯୁବକଙ୍କୁ କିଛି ପିଲା ଆକ୍ରମଣ କରିଥିଲେ । ସମ୍ପୃକ୍ତ ଛାତ୍ର ନିଜ ସାଙ୍ଗ ମାନଙ୍କୁ କହିବା ପରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଙ୍ଗା ଓ ରଡ୍‌ ଆକ୍ରମଣ ଆକ୍ରମଣ ହୋଇଛି। ଇଥିରେ ୩ ଜଣ ଆହତ ହୋଇଛନ୍ତି ।

ଏହାପରେ କ୍ୟାମ୍ପସ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରୁଛି । କିଛି ଅଣଛାତ୍ର ମଦ୍ୟପାନ କରି ଏଭଳି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ