Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ଵିଶା ଶର୍ମା ମର୍ଡର କେସ! ହତ୍ୟା ନା ଆତ୍ମହତ୍ୟା? ଜାଣନ୍ତୁ ପୂରା ଘଟଣା…

ଉତ୍ତରପ୍ରଦେଶ,୧୯।୫: ନୋଏଡା ଅଞ୍ଚଳରେ ରହୁଥିବା ଦ୍ୱିଶା ଶର୍ମା ଜଣେ ମଡେଲ ଏବଂ ଏକ ଇନ୍ଫ୍ଲୁଏନ୍ସର ଥିଲେ। ତାଙ୍କୁ ‘ମିସ୍ ପୁନେ’ର ଉପାଧି ମଧ୍ୟ ମିଳିଥିଲା । ଗତ ୨୦୨୫ ମସିହାରେ ଭୋପାଳର ଓକିଲ ସମର୍ଥ ସିଂଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଓକିଲ ସମର୍ଥ ସିଂଙ୍କ ମା ଜଣେ ଅବସର ପ୍ରାପ୍ତ ଜଜ୍ ଥିଲେ। କିନ୍ତୁ ବିବାହର ପାଞ୍ଚ ବର୍ଷ ପରେ ମେ ୨୦୨୬ ରେ   ଭୋପାଳର କଟା ରା ହିଲ୍ସ ରେ ଥିବା ଶ୍ୱଶୁରଘରୁ ଦ୍ୱିଶା ଶର୍ମାଙ୍କ ସହ ଫାଶୀ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଆତ୍ମହତ୍ୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ଏହି ଘଟଣାରେ ଦ୍ୱିଶାଙ୍କ ପରିବାର ଶଶୁର ଘର ଲୋକଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।  ଦ୍ବିଶାଙ୍କ ସ୍ୱାମୀ ଏବଂ ତାଙ୍କ ଶଶୁର ଘର ଲୋକଙ୍କୁ ଏଥିପାଇଁ ଦାୟୀ କରିଥିଲେ। ସେମାନେ ଦ୍ବିଶାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ । ସେମାନେ ଆହୁରି କହିଛନ୍ତିଯେ, ଦ୍ବିଶାଙ୍କୁ ସନ୍ଦେହ କରିବା ସହିତ ତାଙ୍କୁ ଟଙ୍କା ଆଣିବା ପାଇଁ ମଧ୍ୟ ବାଧ୍ୟ କରାଯାଉଥିଲା।

ଏକଥା ଦ୍ବିଶାଙ୍କ ଭାଇରାଲ ହେଉଥିବା ହ୍ଵାଟସଆପ ଚାଟ୍ ରୁ ମଧ୍ଯ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି। ଯେଉଁଥିରେ ଦ୍ବିଶା ତାଙ୍କ ମା’ ଙ୍କୁ ଲେଖିଥିଲେଯେ, ଏମାନେ ମତେ ବଞ୍ଚିବାକୁ ଦେବେନି ମା, ମୋତେ ଆସି ଏଠାରୁ ନେଇଯାଅ।’ ତେବେ କେବଳ ଏତିକି ନୁହେଁ ସ୍ୱାମୀଙ୍କ ସନ୍ଦେହର ଶିକାର ହେଉଥିବା କଥା ମଧ୍ୟ ତାଙ୍କ ମାଙ୍କୁ ଜଣାଇଥିଲେ ଦ୍ବିଶା।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଦ୍ବିଶା ଗର୍ଭବତୀ ଥିଲେ। କିନ୍ତୁ ମୃତ୍ୟୁ ପୁର୍ବରୁ ତାଙ୍କର ଗର୍ଭପାତ ହୋଇଥିଲା। ତେବେ ଦ୍ବିଶାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଯାଉଥିଲା ଏବଂ  ଏ ଛୁଆ କାହାର ବୋଲି ତାଙ୍କୁ ବାରମ୍ବାର ପ୍ରଶ୍ନ କରାଯାଉଥିଲା ବୋଲି  ଦ୍ବିଶାଙ୍କ ପରିବାର କହିଛନ୍ତି।

ତେବେ ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା କିନ୍ତୁ ପରେ ଦ୍ବିଶାଙ୍କ ଶରୀରରୁ  ମିଳିଥିବା ଅନେକ ଆଘାତ ଚିହ୍ନରୁ ଏହା ହତ୍ୟା ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଦ୍ବିଶାଙ୍କ ଶାଶୁ ଗିରିବାଳା ସିଂ ଦ୍ବିଶା ଡ୍ରଗ୍ସ ନେଉଥିବାର ଅଭିଯୋଗ ଆଣିଥିଲେ । ଏହାପରେ ଦ୍ବିଶାଙ୍କ ପରିବାର ଲୋକେ ଦ୍ବିଶାଙ୍କର ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ  ପୁଣିଥରେ ପୋଷ୍ଟମର୍ଟମ କରିଥିଲେ । ଏହାସହିତ କେସ କୁ ମଧ୍ୟପ୍ରଦେଶ ରୁ ଅନୁତ୍ର ଥାନାକୁ ଟ୍ରାନ୍ସଫର କରିବା ପାଇଁ ଦାବି କରିଥିଲେ। ତେବେ ଏ କଥା ସନ୍ଦେହ ଘେରକୁ ସେତେବେଳେ ଆସିଥିଲା ଯେତେବେଳେ ପୋଷ୍ଟମର୍ଟମର ପ୍ରାଥମିକ ପର୍ଯ୍ୟାୟରେ ଦ୍ବିଶା ଆତ୍ମହତ୍ୟାରେ ବ୍ୟବହାର କରିଥିବା ବେଲ୍ଟକୁ ସାମିଲ କରାଯାଇ ନଥିଲା। ଏହା ଆହୁରି ସନ୍ଦେହକୁ ବଢ଼ାଇ ଥିଲା।

ଦ୍ବିଶାଙ୍କ ପରିବାର ଲୋକଙ୍କ ଅଭିଯୋଗ ଥିଲାଯେ, ଶଶୁର ଘର ଲୋକ ତଦନ୍ତ ପ୍ରକ୍ରିୟାରେ ବାଧା ଆଣିପାରନ୍ତି ତେଣୁ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି ଟିମ୍ ଗଠନ ହୋଇଥିଲା।  ତେବେ ଅଭିଯୁକ୍ତ ସ୍ୱାମୀ ସମର୍ଥ ସିଂ ଘଟଣା ପରେ ଫେରାର ରହିଛନ୍ତି ଏବଂ ତାଙ୍କର ସନ୍ଧାନ ପାଇବା ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ପୁରଷ୍କାର ରାଶି ମଧ୍ୟ ଘୋଷଣା କରାଯାଇଅଛି। ଯାଞ୍ଚ କରୁଥିବା ଅଧିକାରୀଙ୍କ ସନ୍ଦେହଯେ, ଅଭିଯୁକ୍ତ ଦେଶ ଛାଡ଼ି ବାହାରକୁ ଯାଇପାରେ ତେଣୁ ସମର୍ଥ ସିଂ ଙ୍କ ପାସପୋର୍ଟକୁ ରଦ୍ଦ କରିବାକୁ ପ୍ରକ୍ରିୟାକୁ ପୋଲିସ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ