Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଗ୍ର ଦେଶରେ କାଲି ବନ୍ଦ ରହିବ ସବୁ ଔଷଧ ଦୋକାନ!

ଭୁବନେଶ୍ବର,୧୯।୫ : ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ରହିବ ସବୁ ଔଷଧ ଦୋକାନ। ଅନଲାଇନ ଔଷଧକୁ ବିକ୍ରି କରି ଅଲ୍‌ ଇଣ୍ଡିଆ ଅର୍ଗାନାଇଜେସନ୍‌ ଅଫ୍‌ କେମିଷ୍ଟସ୍‌ ଆଣ୍ଡ ଡ୍ରଗିଷ୍ଟସ୍‌ ପକ୍ଷରୁ ଦେଶବ୍ୟାପୀ ମେଡିକାଲ୍‌ ଷ୍ଟୋର ବନ୍ଦ ଡାକରା ଦିଆଯାଇଛି।

ସେପଟେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଯେପରି ଅଭାବ ନ ହୁଏ ସେଥିପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍‌ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ, ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ ସହ ସଂଲଗ୍ନ ସମସ୍ତ ଇନ୍‌-ହାଉସ୍‌ ଫାର୍ମାସି ଏବଂ ୨୪ ଘଣ୍ଟିଆ ମେଡିସିନ୍‌ ଷ୍ଟୋରଗୁଡ଼ିକୁ ଖୋଲା ରଖିବା ପାଇଁ ଆବଶ୍ୟକ ଅତିରିକ୍ତ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଛି । ସାଧାରଣ ଲୋକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ଆବଶ୍ୟକ ମେଡିକାଲ୍ ଷ୍ଟୋର ଗୁଡିକୁ ଖୋଲା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଅନଲାଇନରେ ଔଷଧ ବିକ୍ରି ସମେତ ତିନି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅନଲାଇନରେ ବିକ୍ରିରେ ରିହାତି ମିଳୁଛି ହେଲେ ଔଷଧର ଗୁଣବତ୍ତାକୁ ଅଣଦେଖା କରାଯାଉଛି ବୋଲି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ ଅଭିଯୋଗ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ