Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ-କାର ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

ବାଲିଗୁଡା, ତା, ୧୯/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କେଉଟ ସାହିର ପିଲା ସାଲୁଙ୍କି ନଦୀ ବ୍ରିଜ ନିକଟରେ ରାଜ କୁମାର ନାମକ ଏକ ଯାତ୍ରୀବାହି ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହେବାରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଏବଂ ଚାଳକ I ଯଦି ବସ କିମ୍ବା କାର ବ୍ରିଜ ତଳକୁ ଖସି ଯାଇଥାନ୍ତା ତାହାହେଲେ ଆଜି ଅନେକ ଜୀବନ ହାନି ହେବାର ଆଶଙ୍କା ରହିଥିଲା, ସେହି ମାନଙ୍କୁ ଭଗବାନ ବଞ୍ଚେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି I ଘଟଣା ରୁ ପ୍ରକାଶ ଯେ, ରାଜକୁମାର ନାମକ ଯାତ୍ରୀବାହୀ ବସ ରାଇକିଆ ପଟୁ ଟିକାବାଲି ଅଭିମୁଖେ ଆସୁଥିବା ବେଳେ କାରଟି ଟିକାବାଲି ଆଡୁ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ପିଲା ସାଲୁଙ୍କି ନଦୀ ବ୍ରିଜ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣାପଡିଛି I ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ଦୁଇଟି ଜାକ ଗାଡି ଉଦ୍ଧାର କରି ରାସ୍ତାରୁ ହଟାଇଥିଲେ I ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ କାହାର ଅଧିକା କ୍ଷତି ହୋଇନଥିବା ଜଣାପଡିଛି I ଟିକାବାଲି ରେ ଥିବା ଉକ୍ତ ବ୍ରିଜ ଟି ଅତି ସଂକୀର୍ଣ୍ଣ ରହିଥିବା ହେତୁ ଦୁଇଟି ଗାଡି ଯାଇପାରୁନି, କିମ୍ବା ଗୋଟିଏ ଗାଡି ପାସ କଲେ ଆଉ ଏକ ଗାଡି ସାଇଡ ଦେବା ନିମନ୍ତେ ବହୁତ ଅସୁବିଧା ହେଉଛି I ଟିକାବାଲିର ପିଲାସାଲୁଙ୍କି ବ୍ରିଜ ଦୀର୍ଘ ଦିନ ହେବ ସେହି ନେରୋ ବ୍ରିଜ ହିଁ ବିପଦ ସଂକୁଳ ଅବସ୍ଥାରେ ରହିଛି I ଏହାକୁ ନେଇ ଅନେକ ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା କାର୍ଯ୍ୟକାରି ସୁନ, ଯାହାରୀ ଫଳରେ ସେହି ବ୍ରିଜରେ ସବୁବେଳେ କିଛିନା କିଛି ଦୁର୍ଘଟଣା ଘଟୁଛି I କିଛି ଦିନ ପୂର୍ବରୁ ସେହି ବ୍ରିଜ ପାଖରେ ଏକ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥିଲା I ବର୍ତ୍ତମାନ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାର ବାକି ରହିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ