ରବିଧାନ ପଞ୍ଜିକରଣ ନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ ଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଦାବିପତ୍ର ପ୍ରଦାନ।
କଳାହାଣ୍ଡି,୧୯/୦୫
ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ (ମେଗାଲିଫ୍ଟ) ରୁ ଜଳସେଚନ ପରେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ପାଖାପାଖି ୧୮,୮୮୫ ହେକ୍ଟର ଚାଷଜମି ରେ ରବି ଚାଷ କରିଛନ୍ତି ୧୫ ହଜାର ରୁ ଉର୍ଦ୍ଧ୍ବ ଚାଷି। ତେବେ ବିଡମ୍ବନା ଧାନ ଫସଲ ବିକ୍ରି ପୋର୍ଟାଲ ପି ପାସ ରେ ଏହି ଅଞ୍ଚଳ ର ଚାଷି ଙ୍କ ପାଇଁ କୌଣସି ତଥ୍ୟ ଉପଲବ୍ଧ ନଥିବାରୁ ଧାର୍ଯ୍ୟ ସମୟ ରେ ଅନ ଲାଇନ ରୁ ବଞ୍ଚିତ ରହିଛନ୍ତି ଚାଷି। ଏହାକୁ ନେଇ ବିଗତ ମାସେ ରୁ ଉର୍ଦ୍ଧ୍ବ ହେବ ମେଗାଲିଫ୍ଟ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ,ସଚିବ ସ୍ତରର ଅଧିକାରୀ ଙ୍କୁ ଭେଟି ଚାଷି ପ୍ରତିନିଧି ଓ ବିଧାୟକ ମାନେ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଲିଖିତ ଦାବିପତ୍ର ଅଭିଯୋଗ କରିଛନ୍ତି।ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷି ଙ୍କ ସମସ୍ୟା ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗତ ୧୨ ଦିନ ଧରି କୋକସରା ଠାରେ ୩ ବ୍ଲକ ର ମିଳିତ କୃଷକ ସଂଘଠନ ପକ୍ଷରୁ ସହ ଧାରଣା ଅନବରତ ଜାରି ରହିଛି। ତେବେ କୌଣସି ସୁଫଳ ନମିଳିବାରୁ ଚାଷି ଧର୍ଯ୍ୟହରା ହୋଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷି ସଙ୍ଗଠନ। ୪ ବ୍ଲକ ର ବିଶାଳ ଚାଷି ଶୋଭାଯାତ୍ରା ବାଲାଜି ମନ୍ଦିର ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଚାଷି ଙ୍କ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ। କୃଷକ ସଙ୍ଗଠନ ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ରେ ପ୍ରତିବାଦ ସଭା ରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି,ବିଜେଡି ନାରୀନେତ୍ରୀ ଲଳିତା ନାଏକ, ଦିଗାମ୍ବର ଦୁରିଆ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ,ବିଜେଡି ନେତା ବଦ୍ରୀ ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ତିୱାରି,ରାଜେନ୍ଦ୍ର ନାଏକ,ଦୁଷ୍ମନ୍ତ ନାଏକ, ଅବିନାଶ ଠାକୁର,ମାନସ ରଞ୍ଜନ ବାଗ, ଆଦିତ୍ୟ ନନ୍ଦ,ପଙ୍କଜ ଚୌଧୁରୀ, ପ୍ରଧାନୀ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, ବେନୁପାଣି ଦୁର୍ଗା,ଦୁର୍ଗା ନାଏକ, ତ୍ରିଭୁବନ ନାଏକ,ଅରୁଣ ମାଝୀ,ନବୀନ ନାଏକ,ରବି ନାରାୟଣ ଦାସ, ତ୍ରିମୋହନ ନାଏକ,ଅମୋଜ କୁମାର ଧରୁଆ,ସମେତ ୪ ବ୍ଲକ ର ଶତାଧିକ ଚାଷୀ ଉପସ୍ଥିତ ରହି ପ୍ରତିବାଦ ସଭା ଶେଷ ରେ ମେଗାଲିଫ୍ଟ ଚାଷି ଙ୍କ ସମସ୍ୟା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ପ୍ରଦାନ କରିବା ସହ ଚାଷି ଙ୍କ ପାଇଁ ଜିଲ୍ଲା ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବାନେଇ ମଧ୍ୟ ଚେତାବନୀ ଦେଇଛନ୍ତି।

