ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜଳୁଛି ଓଡ଼ିଶା; ସମ୍ବଲପୁରରେ ତାପମାତ୍ରା ୪୪ ଡିଗ୍ରୀ!
ଭୁବନେଶ୍ୱର,୧୯।୫: ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା । ଅତ୍ୟଧିକ ଗରମ ଓ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଦିନ ସାଢେ ଦୁଇଟା ସୁଦ୍ଧା ହୀରାକୁଦରେ ୪୪ ଡିଗ୍ରୀ ସେଲସିଅସ୍ ଛୁଇଁଛି ତାପମାତ୍ରା। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ରହିଥିଲା ୪୩ ଦଶମିକ ୮ ଡିଗ୍ରୀ ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ବରେ ଆଜି ତାପାମାତ୍ରା ୩୯ ଦଶମିକ ୬ରେ ପହଞ୍ଚିଛି। ଏହାସହିତ ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ସହ ଅସହ୍ୟ ଗୁଳିଗୁଳି ମଧ୍ୟ ଅନୁଭୂତ ହୋଇଛି ।
ତେବେ ଆଗକୁ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ପାର୍ କରିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଭଳି ସ୍ଥିତିକୁ ନଜରରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ଏବଂ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

