ଆଜି ବାହାରିବ ଯୁକ୍ତ ୨ ରେଜଲ୍ଟ
ଭୁବନେଶ୍ୱର,୨୦।୫: ଆଜି ପ୍ରକାଶିତ ହେବ ଯୁକ୍ତ ୨ ରେଜଲ୍ଟ। ଦିନ ସାଢ଼େ ୧୨ ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। କଳା, ବିଜ୍ଞାନ, ଏବଂ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶିତ ହେବ। orissaresults.nic.in ଏବଂ chseodisha.nic.in ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ ଛାତ୍ର ଛାତ୍ରୀ। ଏହାସହିତ ଡିଜି ଲକର୍ ମାଧ୍ୟମରେ ନିଜର ମାର୍କସିଟ ଡାଉନଲୋଡ କରିପାରିବେ ଛାତ୍ର ଛାତ୍ରୀ। ପ୍ରାୟ ୪ଲକ୍ଷ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା।

