Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର,୨୦।୫: ଘୋଷଣା ହେଲା ୨୦୨୬ ବର୍ଷ ଯୁକ୍ତ ୨ର ପରୀକ୍ଷା ରେଜଲ୍ଟ। ଏକାସଙ୍ଗେ କଳା, ବିଜ୍ଞାନ, ଏବଂ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହାସହ ଧନ୍ଦାମୂଳକ ଶିକ୍ଷାର ର ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି । CHSE ଅଫିସରେ ରେଜଲ୍ଟ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ପାସ ବିଜ୍ଞାନରେ ପାସ ହାର ରହିଛି ୮୮.୮୦% ପ୍ରତିଶତ । କଳାରେ ପାସ୍ ହାର ୮୪.୫୦% ରହିଛି । ସେହିପରି ବାଣିଜ୍ୟରେ ପାସ ହାର ରହିଛି ୮୮.୦୭ %। କଳାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୭୭.୯୭% ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫% ପ୍ରତିଶତ । ସେହିପରି ବିଜ୍ଞାନରେ ସର୍ବମୋଟ ପାସ ହାର ରହିଛି ୮୮.୮୦% ପ୍ରତିଶତ । ଛାତ୍ରଙ୍କ ପାସ ହାର ୮୭.୪୧% ରହିଛି ଏବଂ ଛାତ୍ରୀଙ୍କ ପାସ ହାର ରହିଛି ୯୦.୨୪% । ବିଜ୍ଞାନରେ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ମାନେ ବାଜିମାତ୍ ମାରିଛନ୍ତି । ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସ ହାର ୮୬.୬୭ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୯୦.୪୩ ପ୍ରତିଶତ।
orissaresults.nic.in ଏବଂ chseodisha.nic.in ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ ଛାତ୍ର ଛାତ୍ରୀ। ଏହାସହିତ ଡିଜି ଲକର୍ ମାଧ୍ୟମରେ ନିଜର ମାର୍କସିଟ ଡାଉନଲୋଡ କରିପାରିବେ ଛାତ୍ର ଛାତ୍ରୀ। ୪ଲକ୍ଷ ୧ ହଜାର ୬୨୩ ଅଧିକ ଛାତ୍ର ଛାତ୍ରୀ ଦେଇଥିଲେ ପରୀକ୍ଷା। ୩୬୪ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ