Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଜିଲ୍ଲା ହେଡ୍ କ୍ବାର୍ଟରରେ ଚାଲିବ ଇ-ବସ୍, ନିଯୁକ୍ତି ହେବେ ମହିଳା ଡ୍ରାଇଭର

ଭୁବନେଶ୍ଵର,୨୦।୫: ବଦଳିଲା ସରକାରୀ ବସ୍ କ୍ରୁଟ ର ନାଁ। କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ ପରିବର୍ତ୍ତନ  ହୋଇ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ ହେଲା । ବିଭିନ୍ନ ଜିଲ୍ଳାର ହେଡ କ୍ଵାଟରରେ ଚାଲିବ ନୂତନ ବସ୍। ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ କେଉଁଝର ଜିଲ୍ଲାରେ ୨୫ଟି ବସ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟରେ ବାରିପଦା, ଅନୁଗୁଳ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ଚାଲିବ କ୍ରୁଟର ଆମ ବସ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଏହି ବସ ସେବା ଯୋଗାଇ ଦିଆଯିବ।
ତେବେ ଏହି ସମସ୍ତ ବସ ସମ୍ପୂର୍ଣ୍ଣ ଇଭି ବସ ହେବ। କଟକ ଭୁବନେଶ୍ୱର ରାଉରକେଲା ପାଇଁ ୧୦୦ ଲେଖାଏଁ ବସ ଓ ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ୫୦ ଲେଖାଏଁ ବସ ଆସିବ। ଖୁବ ଶୀଘ୍ର ମହିଳାଙ୍କୁ ମଧ୍ୟ ଡ୍ରାଇଭର ଭାବେ ମିଳିବ ନିଯୁକ୍ତି । ଆଗକୁ ଇ-ରିକ୍ସାର ବ୍ୟବସ୍ଥା ମଧ୍ୟ କରାଯିବ। ତୃତୀୟ ଲିଙ୍ଗୀଙ୍କୁ ଇ-ରିକ୍ସା ଚଲେଇବା ପାଇଁ ମିଳିବ ପ୍ରାଧାନ୍ୟ।
ଏହାସହ ବସ ଷ୍ଟାଣ୍ଡ ଗୁଡିକ ମଧ୍ୟ ଡିଜିଟାଲ ହେବ। ବସ ଷ୍ଟପ ଗୁଡିକରେ ଭେଣ୍ଡିଙ୍ଗ ମେସିନ ବ୍ୟବସ୍ଥା ଓ ଡିଜିଟାଲ ବିଜ୍ଞାପନ ବ୍ୟବସ୍ଥା କରାଯିବ। ସେହିପରି ବସ ଦୁର୍ଘଟଣା ରୋକିବା ପାଇଁ ବସରେ ଲାଗିବ ଆଡ଼ାଶ ସିଷ୍ଟମ। ପୁରୁଣା ଡିଜେଲ ବସକୁ ଏକ୍ସଚେଞ୍ଜ କରି ନୂଆ ଇଭି ବସ ଆଣିବାକୁ ପ୍ରୟାସ କରୁଛନ୍ତି ସରକାର । ସେହିପରି ଜଣେ ଡ୍ରାଇଭର ୮ ଘଣ୍ଟାରୁ ଅଧିକ ଗାଡ଼ି ନ ଚଳାଇବା ପାଇଁ ନିର୍ଦ୍ଦେଶ ରହିଛି । ଏହାସହ ୫୦ ରୁ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ