Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ‘ମେଲୋଡି’ ଟଫି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ! ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୦।୫: ଦେଶରେ ଏବେ ଇନ୍ଧନକୁ ନେଇ ସବୁଠାରୁ ବଡ଼ ସମସ୍ୟା ଦେଖାଦେଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପେଟ୍ରୋଲ ଡିଜେଲ,ଏବଂ ଅନ୍ୟାନ୍ୟ ଜିନିଷର ସଞ୍ଚୟ ପାଇଁ ଭାରତ ବାସୀଙ୍କୁ ଅପିଲ କରିଥିଲେ। କିନ୍ତୁ ପ୍ରଧାନ ମନ୍ତ୍ରୀ ନିଜେ ୧୫ ମଇରୁ ୨୦ ମଇ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଗସ୍ତରେ ରହିଛନ୍ତି।

ତେବେ ଦେଶ  ଅର୍ଥନୈତିକ ସ୍ଥିତି ଏବେ ଗମ୍ଭୀର ହୋଇ ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିରେ ଟଫି ବାଣ୍ଟୁଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇଟାଲୀ ଗସ୍ତ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ‘ମେଲୋଡି’ ଟଫି ଉପହାର ଦେବା ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦୀ ଓ ମେଲୋନିଙ୍କ ନାଁ ସହିତ ଜଡିତ ‘ମେଲୋଡି’ ଟଫି ଉପହାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।  

ଇଟାଲୀ ପ୍ରଧାନମନ୍ତ୍ରୀ ମୋଲୋନି ନିଜେ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।  ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପାଇଁ ଉପହାର ନେଇଥିବା ସେ କହିଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାର ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏହି ଭିଡିଓ କ୍ଲିପ୍‌ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଭାଇରାଲ ହେଉଥିବା ଏହି  ଭିଡିଓକୁ ନେଇ ରାହୁଲ ସମାଲୋଚନା କରିଛନ୍ତି। ରାହୁଲ ଲେଖିଛନ୍ତି, ଦେଶରେ ଆର୍ଥିକ ଝଡ଼ ସୃଷ୍ଟି  ହୋଇଥିବା ବେଳେ ମୋଦୀ ଇଟାଲିରେ ଟଫି ବାଣ୍ଟୁଛନ୍ତି। କୃଷକ, ଯୁବକ, ମହିଳା, ଶ୍ରମିକ ଓ ଛୋଟ ବ୍ୟବସାୟୀ କାନ୍ଦୁଥିବାବେଳେ ପ୍ରଧାନମନ୍ତ୍ରୀ ହସି ହସି ରିଲ୍‌ ପ୍ରସ୍ତୁତ କରୁଛନ୍ତି ଓ ବିଜେପି ବାଲା ତାଳି ମାରୁଛନ୍ତି।

ରାୟବରେଲିରେ ଏକ ‘ବହୁଜନ ସ୍ୱାଭିମାନ ସଭା’”କୁ ସମ୍ବୋଧିତ କରିବା ସମୟରେ ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଇନ୍ଧନ ବ୍ୟବହାର ହ୍ରାସ କରିବା, ସୁନା କ୍ରୟ ସୀମିତ କରିବା ଓ ବିଦେଶ ଯାତ୍ରା ଏଡାଇବା ପାଇଁ କରାଯାଇଥିବା ଅପିଲ ପ୍ରସଙ୍ଗକୁ ଉଠାଇ କହିଛନ୍ତିଯେ, ଆଗକୁ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରେ । ଏହାସହ ଦେଶର ମୁଦ୍ରାସ୍ଫୀତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ପେଟ୍ରୋଲ, ଡିଜେଲ, ଗ୍ୟାସ୍, ଖାଦ୍ୟଶସ୍ୟ, ସବୁକିଛିର ମୂଲ୍ୟ ବୃଦ୍ଧି ପାଇବ’ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ