Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରଘାତ ରେ ଟଳି ପଡ଼ିଲେ ଯୁବକ,ସିଏଚସି ରେ ମୃତ ଘୋଷଣା କଲେ ଡାକ୍ତର।

କଳାହାଣ୍ଡି,୨୦/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ର ଅକ୍ଷୟ କୁମାର ଦଳପତି(ନିରନ) ବୟସ ୩୮ ଙ୍କ ଆଜି ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ଜନିତ ବର୍ଷା ସମୟରେ ଗାଁ ନିକଟସ୍ଥ ହସଂପଡା ଛକ ନିକଟରେ ବଜ୍ରପାତରେ ବାଇକ ସହ ଟଳି ପଡ଼ିଥିଲେ। ଅକ୍ଷୟ ଟେମରା ଗ୍ରାମ ରୁ ନିଜ ଶ୍ବଶୁର ଘର ଭୁର୍ଶାଗୁଡା କୁ ସନ୍ଧ୍ୟାରେ ଯିବା ବାଟରେ ପୁରୁଣା ମଦ ଭାଟି ଛକ/ହଂସପଡା ଛକ ନିକଟରେ ହଠାତ କାଳବୈଶାଖୀ ବର୍ଷା କାରଣରୁ ବାଇକ ରେ ଥିବା ସମୟରେ ବଜ୍ରାଘାତ ହୋଇଥିଲା। ପରେ ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ପହଞ୍ଚିବା ସହ ମୁମୂର୍ଷୁ ଅବସ୍ଥାରେ ଅକ୍ଷୟ ଙ୍କୁ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ କୋକସରା ପୋଲିସ କୁ ଖବର ଦିଆଯାଇଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବାନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories