Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ,ଦଳୀୟ କାର୍ଯ୍ୟପନ୍ଥା ନେଇ ଆଲୋଚନା।

କଳାହାଣ୍ଡି,୨୧/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଆମପାଣି ସ୍ଥିତ ପ୍ରଭୁ ଶ୍ରୀ ବୁଢ଼ାରଜା ମନ୍ଦିର ପରିସରରେ କୋକସରା ବ୍ଲକ ସଭାପତି ଲକ୍ଷ୍ମଣ ଶବର ଙ୍କ ସଭାପତିତ୍ୱ ରେ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଜଳନ୍ଧର ନାଏକ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ସଭାପତି ଚିତ୍ତରଞ୍ଜନ ନିଆଲ, ଭବାନୀପାଟଣା ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ,ବ୍ଲକ ଉପ ସଭାପତି ଟିକିଚନ୍ଦ୍ର ଧଙ୍ଗଡା ମାଝୀ ପ୍ରମୁଖ ଯୋଗଦାନ କରିଥିବା ବେଳେ ବ୍ଲକ କମିଟି ପକ୍ଷରୁ ଜିଲ୍ଲା ଓ ବ୍ଲକ କମିଟି ର କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଉପଢୌକନ ପ୍ରଦାନ କରାଯାଇଛି। ଏହି ବୈଠକରେ ସାମ୍ପ୍ରତିକ ପରିସ୍ଥିତି ରେ ଦଳୀୟ ସଙ୍ଗଠନ ର କାର୍ଯ୍ୟକାରିତା ଓ ଆଗାମୀ ଦିନରେ ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା, ପ୍ରତି ପଞ୍ଚାୟତ ସ୍ତରରେ ଦଳୀୟ କର୍ମୀ ଙ୍କ ମଧ୍ୟରେ ବୈଠକ ସହ ଲୋକଙ୍କ ମୌଳିକ ସମସ୍ୟା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଷଦ ଭାବେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ରେ କଂଗ୍ରେସ ନେତା ନିମାଇଁ ଚରଣ ଧ. ମାଝୀ, କାମଦେବ ଧ. ମାଝୀ, ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ଅଜୟ କୁମାର ପଣ୍ଡା, କୃପାସିନ୍ଧୁ ବାଗ,ଧନେଶ୍ୱର ମହାନନ୍ଦ, ହେମନ୍ତ ବାଗ,ରୂପଧର ପୋଢ଼,ଗୋକୁଳ ବାରିକ,ହୀରାଲାଲ ମାଝୀ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories