Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗୁଳି କରି ହତ୍ୟା!

ନୂଆଦିଲ୍ଲୀ, ୨୧ | ୫ : କାଶ୍ମୀରର ପୁଲୱାମା ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ଆତଙ୍କୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା କରାଯାଇଛି । ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳିକରିଥିବା ସୂଚନା ମିଳିଛି । ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ହମଜା ବୁରହାନର ପ୍ରକୃତ ନାମ ହେଉଛି ଅର୍ଜୁମନ୍ଦ ଗୁଲଜାର ଡାର । ସେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ରତ୍ନିପୋରାର ବାସିନ୍ଦା ଥିଲା | ୨୦୨୨ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାକୁ UAPA ଅଧୀନରେ ‘ଆତଙ୍କବାଦୀ’ ଘୋଷଣା କରିଥିଲା । ସେ ଗତ କିଛି ବର୍ଷ ଧରି PoK ରେ ଏକ ସ୍କୁଲ ଶିକ୍ଷକର ମିଥ୍ୟା ପରିଚୟ ଦେଇ ରହୁଥିଲା । କିନ୍ତୁ ଏହି ମିଛ ପରିଚୟ ଧରି ସେ ଆତଙ୍କବାଦୀ ତାଲିମ ଶିବିର ଏବଂ ଅନୁପ୍ରବେଶ ନେଟୱାର୍କ ଚଳାଉଥିଲା ।

ସୂଚନା ଯୋଗ୍ୟ, ପୁଲୱାମା ଆକ୍ରମଣରେ ଭାରତର ୪୦ ଜଣ CRPF ଯବାନ ସହୀଦ ହୋଇଥିଲେ । ୧୪ ଫେବୃଆରୀ ୨୦୧୯ରେ, CRPF ର ଏକ ବଡ଼ କନଭୟ ଉପରେ ପୁଲୱାମାର ଲେଥପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା । ପ୍ରାୟ ୩୦୦ କିଲୋଗ୍ରାମ ବିସ୍ଫୋରକ (RDX) ଭର୍ତ୍ତି ଏକ କାର ଯବାନମାନଙ୍କ ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ଭୟଙ୍କର ବିସ୍ଫୋରଣରେ ୪୦ ଜଣ ଯବାନ ସହୀଦ ହୋଇଥିଲେ । ଏହି ଆକ୍ରମଣର ଦାୟିତ୍ୱ ଜୈଶ-ଏ-ମହମ୍ମଦ ନେଇଥିଲା ।

ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ଆତଙ୍କବାଦୀ ସଂଗଠନ ‘ଅଲ-ବଦ୍ର’ର ଜଣେ ପ୍ରମୁଖ କମାଣ୍ଡର ଭାବେ ଦାୟିତ୍ୱ ତୁଲାଉଥିଲେ ଏବଂ ଜୈଶ-ଏ-ମହମ୍ମଦ (JeM) ଭଳି ସଂଗଠନ ସହିତ ମିଶି କାମ କରୁଥିଲେ । ଏନଆଇଏ (NIA) ର ପୁଲୱାମା ଚାର୍ଜସିଟରେ ମଧ୍ୟ ତା’ର ନାମ ରହିଥିଲା । ପୁଲୱାମା ଆକ୍ରମଣ ବ୍ୟତୀତ ନିକଟରେ ୨୦୨୫ରେ ହୋଇଥିବା ପହଲଗାମ ଆକ୍ରମଣରେ ମଧ୍ୟ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ତେବେ ବର୍ତ୍ତମାନ ଆତଙ୍କବାଦୀ ହମଜାର ନିହତ ହେବା ପରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ