ଉପାନ୍ତ ଅଞ୍ଚଳ ରେ ଶିକ୍ଷା ଓ ଛାତ୍ରାବାସ ଭିତ୍ତିଭୂମି ପରଖଲେ ଆଇନ ବିଶ୍ୱବିଦ୍ୟାଳୟ ଗବେଷକ।
କଳାହାଣ୍ଡି,୨୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାନ୍ତ ଅଞ୍ଚଳରେ ଆମପାଣି ପଞ୍ଚାୟତ ଅଧୀନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରିମୁହାଣ ଏବଂ ସାନପୋଡାଗୁଡା ପଞ୍ଚାୟତ ଅନ୍ତର୍ଗତ କୁଲେରଗୁଡା ଛାତ୍ରାବାସରେ ଶୁକ୍ରବାର ଦିନ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କଟକ ରୁ ସହକାରୀ ଗବେଷକ ମିଲନ କୁମାର ଭୋଇ କ୍ଷେତ୍ର ପରିଦର୍ଶନ ଛାତ୍ରାବାସ କରି ସ୍ଥିତି ପରଖିଛନ୍ତି। ସହକାରୀ ଗବେଷକ ଙ୍କ ସହ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ,ଆମପାଣି କ୍ଲଷ୍ଟର ସିଆରସିସି କେଦାରନାଥ ନାଏକ ପ୍ରମୁଖ ସାମିଲ ଥିଲେ । ଋତୁକାଳୀନ ଛାତ୍ରାବାସର ସାମଗ୍ରିକ ବ୍ୟବସ୍ଥାକୁ ନିରୀକ୍ଷଣ କରିବା ସହ ଆଦିବାସୀ ବହୁଳ ଅଞ୍ଚଳ ରେ ଶିକ୍ଷା ର ବିକାଶ ପାଇଁ ଛାତ୍ରଛାତ୍ରୀ ଙ୍କ ପାଇଁ ରହିଥିବା ଛାତ୍ରାବାସ ର ରୋଷେଇ ଗୃହ, ଶୌଚାଳୟ,ପିଲାଙ୍କ ର ରହିବା,ଗାଧେଇବା ସହ ଖାଇବା, ପାନୀୟଜଳ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ନେଇ ଖୁସିବ୍ୟକ୍ତ କରିଥିଲେ। ଉଭୟ ଛାତ୍ରାବସ ରେ ଦାଦନ ଶ୍ରମିକ ଙ୍କ ପିଲା ରହିବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଥିବାରୁ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଦୁଇଟି ଛାତ୍ରାବାସ ଦାଦନ ପ୍ରବଣ ଅଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ପାଇଁ ଗୁରୁତ୍ବପୂର୍ଣ ଭୁମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ। ଏହି ସମୟରେ ବିରି ମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଓ କୁଳେରଗୁଡା ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଉପସ୍ଥିତ ଥିଲେ।

