ଗଣ୍ଡ ସମାଜ ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ,ସମାଜ କୁ ସଙ୍ଗଠିତ କରିବାକୁ ଆହ୍ୱାନ।
କଳାହାଣ୍ଡି,୨୩/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମ ଆମ୍ବପଡ଼ା ମହାଭାରତ ଆମ୍ବତୋଟା ଠାରେ ଶନିବାର କୋକସରା ବ୍ଲକ ଗଣ୍ଡ ସମାଜ ର ସାଙ୍ଗଠାନିକ ବୈଠକ ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଣ୍ଡ ସମାଜ ର କର୍ମକର୍ତ୍ତା ମହେନ୍ଦ୍ର କୁମାର ଧରୁଆ, ନୃପରାଜ୍ ନାଏକ, ଉଦ୍ଧବ ଧରୁଆ, ଗୋସିଙ୍ଗ ଧରୁଆ, ବୈଦ ମାଝୀ , ବାମଦେବ ଧରୁଆ,ମେହୁରଲାଲ ମାଝୀ , ତ୍ରିନାଥ ପୋଟା, ଅକୂର ମାଝୀ ଦୁଲ୍ଲବ ଧରୁଆ,ଧନନ୍ତରୀ ଧରୁଆ, କ୍ଷିତିରାମ ମାଝୀ, ଡୋଲେ ମାଝୀ, ରୋହିତ ମାଝୀ, ହୀରନ ମାଝୀ, କର୍ଣ୍ଣ ଧରୁଆ ପ୍ରମୁଖ ଉପସ୍ଥିତ ରହି ଗଣ୍ଡ ସମାଜ ରେ ନାରୀଶିକ୍ଷା,ସଂସ୍କୃତି, ପରମ୍ପରା ଚାଲିଚଳଣୀ, ଆର୍ଥିକ ସ୍ଥିତି ଓ ସମାଜ କୁ ସଙ୍ଗଠିତ କରି ସମାଜର ମୌଳିକ ଅଧିକାର ପାଇଁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ନେତ୍ରାନନ୍ଦ ଧରୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

