Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଅଙ୍କିତା ପଟ୍ଟନାୟକ ଆଲୋଚନା ଭାବେ ଜାତୀୟ ସ୍ତର ପାଇଁ ମନୋନୀତ।

କଳାହାଣ୍ଡି,୨୩/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅଙ୍କିତା ପଟ୍ଟନାୟକ ଓଡିଶା ରାଜ୍ୟ ସରକାର ଓ କ୍ୱେଷ୍ଟ ଏଲାଏନସ ଦ୍ୱାରା ଆୟୋଜିତ ଭୁବନେଶ୍ୱର ସ୍ଥିତ ଆଇଆଇଟି ରେ ଗତ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମ ହେକଥନ ହେକ ଟୁ ଦ ଫ୍ୟୁଚର କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରି ପେନାଲ ଆଲୋଚନା ଚକ୍ର ରେ ଭାଗ ନେଇ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ଜାତୀୟ ସ୍ତରରେ ବାଙ୍ଗାଲୋର ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଜବାହାର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ରଜନ୍ତ ନାଏକ ଓ ଦେବାଶିଷ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଜୁରୀ ମେମ୍ବର ଙ୍କ ପ୍ରଶ୍ନ ର ଉତ୍ତର ଓ ଆଲୋଚନା ଚକ୍ର ରେ ଉତ୍ତମ ପ୍ରଦର୍ଶନ ଦେଇ ଜାତୀୟ ସ୍ତର ପାଇଁ ମନୋନୀତ ହୋଇଥିବା ଜଣାପଡିଛି।ତାଙ୍କର ଏହି ସଫଳତା କୁ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଙ୍କିତା ଙ୍କୁ ଶୁଭେଚ୍ଛା ଓ ଭବିଷ୍ୟତ ସଫଳତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପୂର୍ବରୁ ମଧ୍ୟ ଅଙ୍କିତା ପଟ୍ଟନାୟକ ବିଜ୍ଞାନ ମେଳା,ଶିଶୁ ମହୋତ୍ସବ ସୁରଭି ଭଳି କାର୍ଯ୍ୟକ୍ରମ ର ରାଜ୍ୟ ସ୍ତରରେ ପ୍ରତିନିଧିତ୍ଵ କରି ବିଦ୍ୟାଳୟ ଓ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ